ଟ୍ୱିନ୍ ସିଟିରେ ବାଣ ଫୁଟା ନେଇ ପୋଲିସ କମିଶନର ସୂଚନା; ରାତି ୧୦ଟା ପରେ ଫୁଟିବନି ବାଣ
ଆଉ ଗୋଟେ ଦିନ ପରେ ଦୀପାବଳି । ରାତି ୧୦ଟା ପରେ ଫୁଟିବନି ବାଣ । ଟ୍ୱିନ ସିଟିରେ ଦୀପାବଳି ଦିନ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ଟ୍ୱିନ୍ ସିଟିରେ ବାଣ ଫୁଟା ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି ।
୧୨୫ ଡେସିବେଲ୍ରୁ ଅଧିକ ଶବ୍ଦଯୁକ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି କହିଛନ୍ତି । ଦୀପାବଳିରେ ଦୀପ ଜାଳି, ସବୁଜ ବାଣ ଫୁଟାଇବାକୁ ଅପିଲ୍ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
କଟକ ସହରର ବିଭିନ୍ନ ବାଣ ଦୋକାନରେ ଅଗ୍ନି ନିରାପତ୍ତା ଯାଞ୍ଚ ରହିଛି । ସହକାରୀ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଟିମ ଯାଞ୍ଚ କରାଯାଇଛି । ପୁରୀଘାଟ ସହ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛି ଅଗ୍ନିଶମ ଟିମ୍ ।
ସେହିପରି ଦୀପାବଳି ପାଇଁ ବିଏମସିର ପ୍ରସ୍ତୁତି ବୈଠକ ହୋଇଛି l ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ପାଳନ କରାଯିବ ଦୀପାବଳି l ଦୀପାବଳିକୁ କିପରି ସବୁଜ, ସ୍ୱଚ୍ଛ, ସୁରକ୍ଷିତ ଭାବେ ପାଳନ କରାଯିବ ସେନେଇ ଆଲୋଚନା ହୋଇ ଯାଇଛି । ଅନ୍ୟପଟେ ରାଜଧାନୀବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ l

ସୁରକ୍ଷା ପାଇଁ ବ୍ୟବସାୟୀଙ୍କୁ ଅଗ୍ନିନିର୍ବାପକ ଯନ୍ତ୍ର ମଧ୍ୟ ରଖିବାକୁ କୁହାଯାଇଛି । ଜଏଣ୍ଟ ଏନଫୋର୍ସମେଣ୍ଟ ବ୍ୟବସ୍ଥା କରାଯାଇଛି l ଟିମରେ ବିଏମସି, ପ୍ରଦୂଷଣ ବୋର୍ଡ ଓ ପୋଲିସ ଅଧିକାରୀ ମିଳିତ ଭାବେ ରହିବେ l ବିଏମସି ଅଞ୍ଚଳରେ ଥିବା ସମସ୍ତ ମିଷ୍ଟାନ୍ନ ଭଣ୍ଡାରରେ ଖାଦ୍ୟର ଗୁଣବତ୍ତା ମାନ ବଜାୟ ରଖିବାକୁ କୁହା ଯାଇଛି ।
ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି । ଉଭୟ ସ୍ଥାୟୀ ଓ ଅସ୍ଥାୟୀ ବାଣ ଦୋକାନ ପାଇଁ ଅଲଗା ଅଲଗା ଗାଇଡ ଲାଇନ ଜାରି କରାଯାଇଛି । କୌଣସି ପ୍ରକାର ଅଘଟଣ ଯେପରି ନ ଘଟେ ତାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆ ଯାଇଛି ।
ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଜାରି ନିର୍ଦ୍ଦଶାବଳୀରେ କୁହାଯାଇଛି-
ପିଲାମାନେ ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ ।
ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି ।
ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ ।
ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ ।
ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ ।
ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ।












Click it and Unblock the Notifications