ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା; ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା
ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା। ୩୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍ରେ ନିର୍ବାଚିତ ହୋଇଥିଲେ ମମତା ମହନ୍ତ। କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ।
ରାଜ୍ୟସଭା ସାଂସଦ ସହ ବିଜେଡିରୁ ବି ଇସ୍ତଫା ଦେଲେ ମମତା। । ବିଜେଡିରୁ ଇସ୍ତଫା ଦେଇଥିବା ନେଇ 'ଏକ୍ସ'ରେ ସୂଚନା ଦେଲେ ।ଏକ୍ସ'ରେ ଇସ୍ତଫାର କାରଣ ମଧ୍ୟ ଦର୍ଶାଇଲେ ମମତା । ହେଲେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ଇସ୍ତଫା ଦେଇଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ମମତାଙ୍କ ପରବର୍ତ୍ତି ପଦକ୍ଷେପ କ'ଣ ରହିବ ତାକୁ ନେଇ ଉକ୍ରଣ୍ଠା ବଢୁଛି ।
ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି । ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ । pic.twitter.com/7Y6KLiuel9
— MP Mamata Mohanta (@MamataMohanta5) July 31, 2024
ସେ ଲେଖିଛନ୍ତି ଯେ, ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି । ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ ।

ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ। ମୁଁ ଯେହେତୁ ଲୋକଙ୍କ ନେତା। ତେଣୁ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ। ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ। ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି ମମତା ଲେଖିଛନ୍ତି।
କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ବେଶ୍ ପରିଚିତ ଥିଲେ ମମତା ମହାନ୍ତ। ନିଜ ସମ୍ପ୍ରଦାୟ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଏହି ସମ୍ପ୍ରଦାୟରେ ମୟୂରଭଞ୍ଜ ଓ ପଡ଼ୋଶୀ କେନ୍ଦୁଝରରେ ବହୁ ଲୋକ ଅଛନ୍ତି। ଆଗାମୀ ଦିନରେ ଏହା ବିଜେଡି ପାଇଁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।
ଚଳିତ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ଚାହିଁଲେ ବି ନିଜର ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇବା ସମ୍ଭବପର ନୁହେଁ । କାରଣ ଚଳିତ ବିଧାନସଭାରେ ବିଜେପି ଓ ସମର୍ଥିତ ସଦସ୍ୟଙ୍କ ସଂଖ୍ୟା ୮୧ ଥିବାବେଳେ ବିଜେଡିର ମାତ୍ର ୫୧ଜଣ ସଦସ୍ୟ ଓ କଂଗ୍ରେସର ୧୪ଜଣ ସଦସ୍ୟ ଅଛନ୍ତି। ତେଣୁ ରାଜ୍ୟସଭା ପାଇଁ ଯିଏ ବି ପ୍ରାର୍ଥୀ ହେବ ସେ ବିଜେପିର ପ୍ରଥମ ପସନ୍ଦ ଭୋଟରେ ବିଜୟୀ ହେବା ନିଶ୍ଚିତ । ମମତାଙ୍କ ଇସ୍ତଫାରେ ବିଜେଡିର ସେଭଳି କିଛି ଲାଭ ହେବ ନାହିଁ। ତେବେ ପୂର୍ବରୁ ଅଶ୍ୱିନୀ ବୈଷ୍ଣବଙ୍କୁ ଯେଉଁ ଆଧାରରେ ବିଜେଡି ସମର୍ଥନ କରିଥିଲା ଏବେ ହୁଏତ ଦଳ ମମତା ମହନ୍ତଙ୍କ ସ୍ଥାନରେ ନିଜର ଜଣେ ପ୍ରାର୍ଥୀଙ୍କୁ ସେହି ଫର୍ମୂଲାରେ ରାଜ୍ୟସଭାକୁ ପଠାଇବାକୁ ଉପରସ୍ତରରେ ସହମତି ଆଣିଥିବାର ସମ୍ଭାବନା ଅଧିକ ରହିଛି । ଆଉ ସେଭଳି ହେଲେ ବିଜେଡି ନିଜର ପ୍ରାର୍ଥୀ ଭାବେ ପ୍ରଣବପ୍ରକାଶ ଦାସ କିମ୍ବା ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟସଭାକୁ ପଠାଇବା ସହଜ ହୋଇପାରିବ ବୋଲି ଜଣାପଡ଼ିଛି।












Click it and Unblock the Notifications