ରାଇରଙ୍ଗପୁରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଇରଙ୍ଗପୁରଠାରେ ତିନୋଟି ରେଳ ଲାଇନ- ବାଙ୍ଗିରିପୋଷି-ଗୋରୁମହିଷାଣୀ; ବୁଢ଼ାମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ; ସମେତ ଆଦିବାସୀ ଗବେଷଣା ଏବଂ ବିକାଶ କେନ୍ଦ୍ର, ଦାଣ୍ଡବୋସ ବିମାନ ବନ୍ଦର; ଏବଂ ରାଇରଙ୍ଗପୁର ସବ୍-ଡିଭିଜନାଲ ହସ୍ପିଟାଲର ନୂତନ ଅଟ୍ଟାଳିକା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ସେ ଏହି ମାଟିର ଝିଅ ହୋଇଥିବାରୁ ନିଜକୁ ନେଇ ସର୍ବଦା ଗର୍ବିତ। ଅନେକ ଦାୟିତ୍ୱ ଏବଂ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ତାଙ୍କୁ କେବେବି ତାଙ୍କ ଜନ୍ମସ୍ଥାନ ଏବଂ ଏଠାକାର ଲୋକମାନଙ୍କଠାରୁ ଦୂରରେ ରଖି ପାରିନାହିଁ। ବରଂ, ଲୋକଙ୍କ ଭଲ ପାଇବା ତାଙ୍କୁ ସେମାନଙ୍କ ଆଡ଼କୁ ଟାଣି ଆଣିଥାଏ। ସେ କହିଛନ୍ତି ଯେ, ତାଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟରେ ସବୁବେଳେ ମାତୃଭୂମି ରହିଥାଏ। ଏହି ଅଞ୍ଚଳର ଲୋକଙ୍କ ପବିତ୍ର ଏବଂ ଗଭୀର ସ୍ନେହ ସର୍ବଦା ତାଙ୍କ ମନରେ ପ୍ରତିଧ୍ୱନିତ ହୁଏ।

droupadi murmu

ରେଳ ପ୍ରକଳ୍ପ ଏବଂ ବିମାନବନ୍ଦର ଏହି ଅଞ୍ଚଳରେ ପରିବହନ, ବାଣିଜ୍ୟ ଏବଂ ବ୍ୟବସାୟକୁ ପ୍ରୋତ୍ସାହିତ କରିବ ବୋଲି ରାଷ୍ଟ୍ରପତି ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି । ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା ଅଟ୍ଟାଳିକା ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବ ।

ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ସରକାରଙ୍କ ପୂର୍ବୋଦୟ ପରିକଳ୍ପନା ଦ୍ୱାରା ଓଡ଼ିଶା ଉପକୃତ ହେଉଛି। ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଏବଂ ପରିବହନ ସୁବିଧା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସମଗ୍ର ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରାଯାଉଛି।

ରାଷ୍ଟ୍ରପତି କହିଥିଲେ, ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଉଛି। ମୟୂରଭଞ୍ଜ ଜିଲ୍ଲାର ୨୩ଟି ବିଦ୍ୟାଳୟ ସମେତ ଓଡ଼ିଶାରେ ୧୦୦ରୁ ଅଧିକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବା ବିଷୟରେ ଉଲ୍ଲେଖ କରି ସେ ଖୁସି ପ୍ରକଟ କରିଥିଲେ । ଏହିସବୁ ବିଦ୍ୟାଳୟଗୁଡ଼ିକରୁ ଶିକ୍ଷା ଗ୍ରହଣ କରିବା ପରେ ଆଦିବାସୀ ପିଲାମାନେ ସମାଜ ଏବଂ ଦେଶର ପ୍ରଗତିରେ ଗୁଣାତ୍ମକ ଯୋଗଦାନ ଦେବାରେ ସକ୍ଷମ ହେବେ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+