IAS ସ୍ତରରେ ବଡଧରଣର ଅଦଳବଦଳ

ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହେଲେ ଭୁବନେଶ୍ବର ମହାନଗର ନିଗମ କମିଶନର ।

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହେଲେ ଭୁବନେଶ୍ବର ମହାନଗର ନିଗମ କମିଶନର ।

ias

କଟକ ମହାନଗର ନିଗମ କମିଶନର ଥିବା ଅନନ୍ୟା ଦାସ ହେଲେ ସମ୍ବଲପୁର ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ହେଲେ ଗଞ୍ଜାମ ଜିଲ୍ଲାପାଳ । କଳାହାଣ୍ଡି ଜିଲ୍ଲାପାଳ ଗଭଲି ପରାଗ ହେଲେ ସୁନ୍ଦରଗଡ ଜିଲ୍ଲାପାଳ । ନୂଆପଡା ଜିଲ୍ଲାପାଳ ସ୍ବଧା ଦେବ ସିଂ ହେଲେ ରାୟଗଡା ଜିଲ୍ଲାପାଳ, ରାୟଗଡା ଜିଲ୍ଲାପାଳ ସରୋଜ ମିଶ୍ର ହେଲେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ । ବ୍ରହ୍ମପୁର ମହାନଗର ନିଗମ କମିଶନର ଥିବା ସିଧେଶ୍ବର ବୋନ୍ଦାର ହେଲେ ଭଦ୍ରକ ଜିଲ୍ଲପାଳ । ଭଦ୍ରକ ଜିଲ୍ଲାପାଳ ଥିବା ତ୍ରିଲୋଚନ ମାଝୀ ହେଲେ ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ । ଗଞ୍ଜାମ PD DRDA ଥିବା ଦତ୍ତାତ୍ରୟ ଭଉସାହେବ ସିନ୍ଧେ ହେଲେ ବାଲେଶ୍ବର ଜିଲ୍ଲାପାଳ ।

ସେହିପରି କଳାହାଣ୍ଡି PD DRDA ଥିବା ସୋମେଶ ଉପାଧ୍ୟାୟ ହେଲେ ଦେବଗଡ ଜିଲ୍ଲାପାଳ । ମୟୁରଭଞ୍ଜ PD DRDA ଥିବା ପି.ଅନ୍ବେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲ୍ଲାପାଳ । ବାଲେଶ୍ବର ଉପଜିଲ୍ଲାପାଳ ଥିବା ପାଟିଲ ଆଶିଷ ଇଶ୍ବର ହେଲେ କନ୍ଧମାଳର ନୂଆ ଜିଲ୍ଲାପାଳ । କୋରାପୁଟ PD DRDA ଥିବା ହେମକାନ୍ତ ସାଏ ହେଲେ ନୂଆପଡା ଜିଲ୍ଲାପାଳ । ବ୍ରହ୍ମପୁର ଉପ-ଜିଲ୍ଲାପାଳ ଥିବା ଭି. କିର୍ତ୍ତୀ ଭାସନ ହେଲେ ଗଞ୍ଜାମ PD DRDA ।

ସମ୍ବଲପୁର ଉପ-ଜିଲ୍ଲାପାଳ ଥିବା ସୂର୍ଯ୍ୟୱଶୀଂ ମୟୁର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର । ଗୁନୁପୁର ଉପଜିଲ୍ଲାପାଳ ଥିବା ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର ନିଗମର ନୂଆ କମିଶନର । ନବରଙ୍ଗପୁର ଉପଜିଲ୍ଲାପାଳ ଥିବା ଅକ୍ଷୟ ସୁନିଲ ଅଗ୍ରୱାଲ ହେଲେ ସାଧାରଣ ପ୍ରଶାସନ ବିଭାଗ ସଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+