ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର: ଆଇନ ମନ୍ତ୍ରୀ

ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 3 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ହେବ ଅନ୍ତର୍ଯ୍ୟାତୀୟସ୍ତରର ବ୍ୟାଖ୍ୟାନ କେନ୍ଦ୍ର ।

ରଥଯାତ୍ରା ଶେଷ ହେଲେ 3ଟି ବ୍ୟାଖ୍ୟାନ କେନ୍ଦ୍ର ଯାଇ ଦେଖିବେ ଆଇନ ମନ୍ତ୍ରୀ । ମହାପ୍ରଭୁଙ୍କ ଉପରେ ପୁରାଣଠାରୁ ଲୀଳା ପର୍ଯ୍ଯନ୍ତ ସବୁ ଜିନିଷ ସେଠି ରହିବ । ଏହା ଦ୍ବାରା ଜଗନ୍ନାଥ ସଂସ୍କୃତି ଉପରେ ଜ୍ଞାନ ଗବେଷକମାନେ ପାଇବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଅନ୍ୟପଟେ ସ୍ନାନପୂଣ୍ଣିମାରେ ରଥ ଉପରକୁ ମୋବାଇଲ ନେବା ପାଇଁ ମନା କରିବା ସହ ଅଣସେବାୟତ ରଥକୁ ଗଲେ ପୋଲିସକୁ ଦିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Research centre to be set up on Jagannath culture Law Minister

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାର ଅୟୋଜନ ପାଇଁ ପ୍ରସ୍ତୁତି ଜୋର ଧରିଛି। ଜୁନ ୨୭ ତାରିଖ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୀରେ ରୀତିନୀତି ଦୃଷ୍ଟିରୁ ସବୁ ଠିକଠାକ୍‌ ଚାଲିଛି। ମହାପ୍ରଭୁଙ୍କର ପହଣ୍ଡିବିଜେ ଠିକ ସମୟରେ ସରିବ। ସମୟ ନିର୍ଘଣ୍ଟ ଅନୁଯାୟୀ ଏହା ଶେଷ ହେବ। ରଥ ଉପରକୁ ମୋବାଇଲ ଯାଇପାରିବ ନାହିଁ। ଅଣସେବାୟତ ରଥ ଉପରକୁ ଗଲେ ପୁଲିସକୁ ଦିଆଯିବ।

ରଥଯାତ୍ରା ଏକ ଆଧ୍ୟାତ୍ମିକ ଯାତ୍ରା। ଏହା ମହାପ୍ରଭୁଙ୍କ ପାଇଁ ସମର୍ପିତ ‌ମନୋଭାବ ରଖାଯିବା ଉଚିତ। କିନ୍ତୁ କିଛି ଲୋକ ନୀତି ନିୟମକୁ ଅଣଦେଖା କରୁଛନ୍ତି, ଯାହା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି। ସେହିପରି ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ଆଣୁଛି।

ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଥିଲେ ଘୋଷଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେ ନାହିଁ। କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଏଣିକି କେବଳ ମୋବାଇଲ ସିଜ ନୁହେଁ, ଫୌଜଦାରୀ ମାମଲା ରୁଜୁ ହେବ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଗତବର୍ଷ ଜୁଲାଇ ମାସରେ ଅରବିନ୍ଦ ପାଢ଼ୀ ଦାୟିତ୍ୱ ନେଇଥିଲେ। ସେ ଦାୟିତ୍ୱ ନେବା ପରେ ରଥଯାତ୍ରା-୨୦୨୪ରେ ହୋଇଥିବା ବିଶୃଙ୍ଖଳା ଓ ବାହୁଡ଼ାଯାତ୍ରା-୨୦୨୫କୁ ନେଇ ଆକ୍ସନମୋଡକୁ ଆସିଥିଲେ। ଦାୟିତ୍ୱ ନେବା ପରେ ସେ କହିଥିଲେ, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+