ରାଜ୍ୟରେ ରେରା ଆଇନର ହେବ ପରିବର୍ତ୍ତନ; କଣ ଏହି ରେରା ଆଇନ ?

ରାଜ୍ୟରେ ରେରା ଆଇନର ପରିବର୍ତ୍ତନ ହେବ। ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ । ଜମିର କିଛି ଅଂଶ ବିକ୍ରି କରିପାରିବେ ଲୋକେ । ସେନେଇ ରେରାର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ । ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁରରେ ପ୍ରତିକ୍ରିୟା ରଖିଛନ୍ତି।

ରାଜସ୍ଵ ମନ୍ତ୍ରୀ ଦଲାଲମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ । ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ । ସେହିପରି ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ଲୋକଙ୍କୁ ରାଜସ୍ଵ ସେବା ଦେବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ।

RERA Act

ଆଜି ସମ୍ବଲପୁର ଡିଏସଆର କାର୍ଯ୍ୟାଳୟରେ ଅଚାନକ ଗସ୍ତ ସମୟରେ ଏହି କଥା କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏହା ସହ ଅଧିକାରୀମାନଙ୍କୁ ମଧ୍ୟ ତାଗିଦ୍ କରିବା ସହ ଜନ ସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି। ଏହା ସହ କାର୍ଯ୍ୟାଳୟକୁ ରେଜଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି ଫିଡବ୍ୟାକ୍ ନେବା ପାଇଁ ଡିଏସଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରେରା ଆଇନ କଣ ?

ରିଅଲଇଷ୍ଟେଟ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିଲା ରେରା ଆଇନ। ଏହା ଅନୁସାରେ କିଛି ବି ଆପାର୍ଟମେଣ୍ଟ, ଫ୍ଲାଟ, ଜାଗା କିଣୁଥିବା ବ୍ୟକ୍ତି ବୁକିଂ ପରେ ଆସୋସିଏସନ ଗଢି ପାରିବେ। ଏହାର ଅର୍ଥ ଆପାର୍ଟମେଣ୍ଟ କିଣିବା ସମ୍ପର୍କିତ ଦଲିଲ୍ ଆଦି ସଠିକ୍ ସତ୍ୟତାର ସହ ପାଇପାରିବେ। ଏହି ଆସୋସିଏସନ ରହିବା ଦ୍ଵାରା କେହି ବି ଠକାମୀର ଶିକାର ହେବେ ନାହିଁ। ଯଦି ଫ୍ଲାଟ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଙ୍ଘନ ହୁଏ ତେବେ ସେହି କ୍ଷେତ୍ରରେ ଆସୋସିଏସନ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+