ସୁଦାନରୁ ପୁଅକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ସୁଦାନରୁ ପୁଅକୁ ଫେରାଇ ଆଣିବାକୁ ନିବେଦନ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଦାନରେ ବନ୍ଦୀ ଥିବା ଆଦର୍ଶ ବେହେରାଙ୍କ ବାପା ଓ ମାଆ । କାଲି ପାରାଦୀପର କଳିଙ୍ଗ ବାଲିଯାତ୍ରା ଉଦଘାଟନ ପାଇଁ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ଆଦର୍ଶଙ୍କ ବାପା-ମାଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଆଦର୍ଶଙ୍କୁ ଖୁବଶୀଘ୍ର ଫେରାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

mohan

ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ବିଦ୍ରୋହୀମାନେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି । ଅପହୃତ ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଅଞ୍ଚଳରେ । ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖିଛି । ଯାହାର ଏକ ଭିଡ଼ିଓ ପରିବାର ଲୋକଙ୍କ ପାଖରେ ପହଂଚିବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+