ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନ କରିବାକୁ ନିବେଦନ
ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନ କରିବାକୁ ନିବେଦନ । ଟ୍ବିଟ୍ କରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏମିତି କିଛି ନିବେଦନ କରାଯାଇଛି । ଡାଇନିଂ ଟେବୁଲରେ ମହାପ୍ରସାଦ ସେବନର ଭିଡିଓ ଭାଇରାଲ୍ ପରେ ନିବେଦନ ।

ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ' । ଭୂମିରେ ବସି ମହାପ୍ରସାଦ ସେବନର ବିଧି ଅନାଦି କାଳରୁ ରହିଆସିଛି'। ତେଣୁ ଡାଇନିଂ ଟେବୁଲରେ ମହାପ୍ରସାଦ ସେବନରୁ ବିରତ ରହିବାକୁ ନିବେଦନ' ।
ହୋଟେଲ୍ ଗୁଡ଼ିକ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନର ଅନୁରୋଧ' । ନିଜ ଅତିଥିଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରିବାକୁ ଅନୁରୋଧ' ।












Click it and Unblock the Notifications