ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ: ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ
Republic Day 2025: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ ହୋଇଛି । ପରେଡ ରିହର୍ସଲରେ ୪୪ଟି କଣ୍ଟିନଜେଣ୍ଟ ସାମିଲ ହୋଇଛନ୍ତି । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସମେତ ଓଡ଼ିଶା ପୋଲିସ, SOG, ଅଗ୍ନିଶମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଝାଡ଼ଖଣ୍ତ ପୋଲିସର ଏକ ଟିମ୍ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛି ।

ସେହିପରି ଏହି ପରେଡରେ ନେତୃତ୍ୱ ନେଉଛନ୍ତି ସମ୍ବଲପୁର ଅତିରିକ୍ତ ଏସପି ଟ୍ରେନି ଭୋସଲେ ଶୁଭମ ସଞ୍ଜୟ । ଗାନ୍ଧି ମାର୍ଗରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ସେହିପରି ଏଥର ପରେଡ୍ ପରେ ଡେୟାରଡେଭିଲସ, ସ୍କେଟିଂ ଓ ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯିବ । ଫୁଲ୍ ଡ୍ରେସ ରିହରସଲରେ ପୋଲିସ ଡିଜି ଯୋଗ ଦେଇ ପୁରା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।












Click it and Unblock the Notifications