ଗଣତନ୍ତ୍ର ଦିବସ କଟକଣା: କେବଳ ସାମିଲ ହେବେ ପୋଲିସ କର୍ମଚାରୀ
ଆସିଲା ଗଣତନ୍ତ୍ର ଦିବସ ଗାଇଡଲାଇନ। ଗଣତନ୍ତ୍ର ଦିବସ ପାଇଁ ସବୁ ଜିଲ୍ଲାପାଳକୁ ଗୃହବିଭାଗର ନିର୍ଦ୍ଦେଶନାମା। ସକାଳ ୮:୩୦ ପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ।
ଭୁବନେଶ୍ଵର: ଆସିଲା ଗଣତନ୍ତ୍ର ଦିବସ ଗାଇଡଲାଇନ। ଗଣତନ୍ତ୍ର ଦିବସ ପାଇଁ ସବୁ ଜିଲ୍ଲାପାଳକୁ ଗୃହବିଭାଗର ନିର୍ଦ୍ଦେଶନାମା। ସକାଳ ୮:୩୦ ପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ।

ସେହିପରି କେବଳ ପୋଲିସ କର୍ମଚାରୀ ଉତ୍ସବରେ ସାମିଲ ହୋଇପାରିବେ । ଛାତ୍ରଛାତ୍ରୀ ତଥା ଏନସିସି କ୍ୟାଡର ଅଂଶଗ୍ରହଣ କରିବେ ନାହିଁ । ଅଳ୍ପ ସଂଖ୍ୟକ ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ ପାଇଁ ମିଳିବ ଅନୁମତି । ସମସ୍ତ ଏସପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ ।
କରୋନା ମହାମାରୀ ପାଇଁ ଏବେ ପୁଣି କଟକଣା ଜାରି କରିଛନ୍ତି ସରକାର । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତ ହୋଇଛନ୍ତି ସରକାର । ଟିକାକରଣକୁ ଜୋରଦାର କରିବା ସହ ନିୟମକୁ ପୁଣି କଡାକଡି କରାଯାଇଛି । ମାସ୍କ ଚେକିଂ ସହ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି ।












Click it and Unblock the Notifications