ଦେଶ ଦେଖିଲା ଓଡିଶାର ପ୍ରଜ୍ଞାପନ ମେଢ଼; ଏବେ ଭୋଟ୍ ଦେବା ପାଳି, ଜାଣନ୍ତୁ କିପରି ଦେବେ ଭୋଟ୍ ?
ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଛି ଓଡିଶାର ପ୍ରଜ୍ଞାପନ ମେଢ଼ । ତେବେ ସବୁ ରାଜ୍ୟର ପ୍ରଜ୍ଞାପନ ମେଢକୁ ନେଇ ଏକ ଭୋଟିଂ ବିକଳ୍ପ ରଖାଯାଇଛି । ଏହି ଭୋଟିଂ ଅନୁସାରେ ପ୍ରଜ୍ଞାପନ ମେଢକୁ ପୁରସ୍କୃତ କରାଯାଇପାରେ । ପ୍ରଜ୍ଞାପନ ମେଢକୁ ଭୋଟ ଦେବା ନିମନ୍ତେ ଏକ ଲିଙ୍କ୍ ତିଆରି ହୋଇଛି । ତେଣୁ ଆପଣମାନେ ଭାରତ ସରକାରଙ୍କ ମାଇ ଗଭ୍ ପୋର୍ଟାଲ ମାଧ୍ୟମରେ ଓଡିଶାର ପ୍ରଜ୍ଞାପନ ମେଢକୁ ଭୋଟ୍ ଦେବା ନିମନ୍ତେ ଦୟାକରି ନିମ୍ନ ଲିଙ୍କ୍ କ୍ଲିକ୍ କରନ୍ତୁ ।
ଭୋଟ୍ ଦେବା ନିମନ୍ତେ କ୍ଲିକ୍ କରନ୍ତୁ
https://mygov.in/group-poll/vote-your-favourite-tableau-republic-day-2024/
ଏହି ଲିଙ୍କ୍ କ୍ଲିକ୍ କଲା ପରେ ସେଠାରେ ଓଡ଼ିଶା ଲେଖାଥିବା ଗୋଲରେ କ୍ଲିକ୍ କରନ୍ତୁ । ଆଉ ଭୋଟ ଦିଅନ୍ତୁ ।
ଏହା ବାଦ୍ ଆପଣ ନିଜ ପଞ୍ଜୀକୃତ ମୋବାଇଲରୁ ଏସଏମଏସ କରିପାରିବେ ।
SMS Syntax: MYGOVPOLL 344521 Choice Number Send to 7738299899
Example: MYGOVPOLL 344521,12
ଓଡ଼ିଶା ପାଇଁ ଆପଣ ଏହିପରି ମେସେଜ କରନ୍ତୁ ।
MYGOVPOLL 344521,12

ବିଶେଷକରି ନାରୀ ଶକ୍ତି ଏଠାରେ ଅଧିକ ସକ୍ରିୟ ରହି କିପରି ବିଭିନ୍ନ କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଏଥିରେ ସ୍ଥାନ ପାଇଛି । ମେଢ଼ର ସମ୍ମୁଖ ଭାଗରେ କନ୍ଦର୍ପ ହାତୀର ପ୍ରତିକୃତି ରହିବା ସହିତ ପଛଭାଗରେ ରଘୁରାଜପୁର ଗାଁରେ କିଭଳି ନାରୀଶକ୍ତି କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ସ୍ଥାନ ପାଇଛି । ମେଢ଼ ସହିତ ସମ୍ବଲପୁରୀ ନୃତ୍ୟ-ସଙ୍ଗୀତର ସୁନ୍ଦର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ।












Click it and Unblock the Notifications