Get Updates
Get notified of breaking news, exclusive insights, and must-see stories!

ସେବା ଓ ସାହସିକତା ପାଇଁ ମିଳିଲା ପଦକ; ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମ୍ମାନିତ ହେଲେ ପୋଲିସ ଅଧିକାରୀ

ସେବା ଓ ସାହସିକତା ପାଇଁ ମିଳିଲା ପଦକ । ସାଧାରଣତନ୍ତ୍ର ଦିବସ ୨୦୨୪ ଅବସରରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମାନ୍ୟବର ରାଜ୍ୟପାଳ ସାହସିକତା ବିଶିଷ୍ଟ ସେବା ଓ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ, ରାଜ୍ୟପାଳ ପଦକ, ପ୍ରୋତ୍ସାହନ ରାଶି, ମାନପତ୍ର ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ବେସାମରିକ ପ୍ରତିରକ୍ଷା, ସଂସ୍କାର ସେବା ଆଦି ବର୍ଗରେ ପ୍ରଦାନ କରିଛନ୍ତି ।

ଉଲ୍ଲେଖନୀୟ ସେବା ପାଇଁ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଜୟପୁର ଭିଜିଲାନ୍ସ ଏସପି ବେଣୁଧର ନାୟକ, ସ୍ପେଶାଲବ୍ରାଞ୍ଚ ଅତିରିକ୍ତ ଏସପି ଅନନ୍ତ ଚରଣ ପତି, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ରାଜୀବ ଲୋଚନା ପଣ୍ଡା, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଡିଏସପି ଅମିତା ତ୍ରିପାଠୀ, ଏସିପି ଉମାକାନ୍ତ ପ୍ରଧାନ, ଏସଆଇ ଦିଲ୍ଲୀପ ନାୟକ, ଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ହାଭିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, କନଷ୍ଟେବଳ ପିଟର ତିର୍କୀ, କନଷ୍ଟେବଳ ସୁଶାନ୍ତ ମାଝୀ ରାଷ୍ଟ୍ରପତି ପଦକ ପାଇଛନ୍ତି ।

ବିଶିଷ୍ଟ ସେବା ପାଇଁ ଓଡ଼ିଶା ପୋଲିସ ଆଧୁନିକୀକରଣର ADGP ସଞ୍ଜୟ କୁମାର, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଡ଼ିସିନାଲ ଏସପି ରବୀନ୍ଦ୍ର ନାଥ ଶତପଥୀଙ୍କୁ ରାଷ୍ଟ୍ରପତି ପଦକ ପାଇଛନ୍ତି ।

police_medal

ସେହିପରି ସାହାସିକତା ପାଇଁ ଚନ୍ଦକା କୋରାପୁଟ ତୃତୀୟ ବାଟାଲିୟନର ସୁନୀଲ କୁମାର ବରିହା, ବରଗଡ ଜିଲ୍ଲାର କନଷ୍ଟେବଳ ସୁଜିତ କୁମାର ରାଣା, SOG ସୁବେଦାର ପ୍ରହଲ୍ଲାଦ ହିମିରିକା , SOG SI ସନ୍ତୋଷ କୁମାର ଗୁରୁ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି ।

ସେହିପରି ସମ୍ମାନଜନକ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ପୂର୍ବାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ସେହିପରି ଇନ୍ସପେକ୍ଟର ଅନୀଲ ଆନନ୍ଦ, ପାଟପୁର ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ, ଭିଜିଲାନ୍ସ ଆଇଆଇସି ହେମାମାଳିନୀ ନାୟକ, ଏସଆଇ ଦିଲ୍ଲୀପ ନାୟକ, ଏସଆଇ ଯୁଗଳ ସ୍ୱାଇଁ, ଏସଆଇ ସଞ୍ଜୟ ପଟ୍ଟନାୟକଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି ।

ଗଂଜାମ ଏସପି ଜଗମୋହନ ମିନା, ସମ୍ବଲପୁର ଏସପି ମୁକେଶ ଭାମୁ , ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର, କମିଶନରେଟ ପୋଲିସ ଏସିପି ମାନସ ଗଡନାୟକ ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ପାଇଛନ୍ତି । ଏଏସ୍ଆଇ ବିକାଶ ପାତ୍ର, ଏଏସଆଇ ପ୍ରଜାପତି ମେହେର , ହାବିଲଦାର ପ୍ରଶାନ୍ତ ବିଶ୍ୱାଳ ଓ ସିପାହୀ ବିଶ୍ୱକର୍ମା ମୁଣ୍ଡା, କନଷ୍ଟେବଳ ରମେଶ ସାହୁ, ସିପାହୀ କେଦାରନାଥ ମିଶ୍ର, କନଷ୍ଟେବଲ ନରେଶ କୁମାର ଚୌଧୁରୀ ଓ କନଷ୍ଟେବଲ ସନାତନ ସାହୁଙ୍କୁ ସମ୍ମାନଜନକ ରାଜ୍ୟପାଳ ପଦକ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+