ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ପୋଲିସ ବ୍ୟାଣ୍ତ ଦ୍ୱାରା ଜାତୀୟ ସଙ୍ଗୀତ ବାଦନ ପରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ, ଏସଏସ୍ ବାଟାଲିୟନ୍, ଏସ୍.ଓ.ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟବାହି ଦଳ ପରେଡରେ ଅଂଶଗ୍ରହଣ କରିଛନ୍ତି । ସେହିପରି ଓଡ଼ିଶା ସରକାରଙ୍କର ୮ଟି ମେଢ୍, ସ୍ସେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ଖେଳର କୌଶଳ ପ୍ରଦର୍ଶିତ ହୋଇଛି । ଏଥର ପରେଡର ନେତୃତ୍ୱ ନେଇଛନ୍ତି କେସିଙ୍ଗା ଏସଡିପିଓ ୟସ୍ ପ୍ରତାପ ଶ୍ରୀମାଲ ।
ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୦୦ ପୋଲିସ ଅଧିକାରୀ ସାଦା ପୋଷାକରେ ନିୟୋଜିତ ଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୋଲିସର ଏକ ଗ୍ରୁପ୍ ପରେଡରେ ସାମିଲ ହୋଇଛି । ସୈନିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡରେ ସାମିଲ ହୋଇଛନ୍ତି ଦୁଇ ବର୍ଷ ପରେ ବିନା କଟକଣାରେ ଗଣତନ୍ତ୍ର
ଦିବସ ପାଳିତ ହେଉଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି ।
ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଏହି ଶୁଭ ଦିନରେ, ଆସନ୍ତୁ ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କ ନିସ୍ୱାର୍ଥପର ବଳିଦାନକୁ ମନେ ପକାଇବା ଏବଂ ସମ୍ବିଧାନରେ ଦର୍ଶାଯାଇଥିବା ଆଦର୍ଶକୁ ପାଳନ କରିବାକୁ ପ୍ରତିଜ୍ଞା କରିବା । # ଜୟହିନ୍ଦ ।
Warm wishes on 74th #RepublicDay. On this auspicious day, let's remember the selfless sacrifices of freedom fighters for the nation and pledge to follow the ideals enshrined in the Constitution in letter and spirit. #JaiHind pic.twitter.com/QMJi8eTaPa
— Naveen Patnaik (@Naveen_Odisha) January 26, 2023












Click it and Unblock the Notifications