ସାଧାରଣତନ୍ତ୍ର ଦିବସ 2022: ଜାଣନ୍ତୁ, କିଏ କେଉଁଠି କରିବେ ପତାକା ଉତ୍ତୋଳନ ?
ଆସନ୍ତା ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଭୁବନେଶ୍ୱରର ଲୋୟର ପିଏମଜିରେ ପତାକା ଉତ୍ତୋଳନ କରିବେ। ଏହାବାଦ୍ ୨୦ ଜଣ ମନ୍ତ୍ରୀ ୨୦ଟି ଜିଲ୍ଲାର ସଦର ମହକୁମାରେ, ୩ଟି ସ୍ଥାନରେ ଆରଡିସି ଏବଂ ୯ଟି ଜିଲ୍ଲାରେ ସ୍ଥାନୀୟ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବ
ଭୁବନେଶ୍ୱର: ଆସନ୍ତା ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଭୁବନେଶ୍ୱରର ଲୋୟର ପିଏମଜିରେ ପତାକା ଉତ୍ତୋଳନ କରିବେ। ଏହାବାଦ୍ ୨୦ ଜଣ ମନ୍ତ୍ରୀ ୨୦ଟି ଜିଲ୍ଲାର ସଦର ମହକୁମାରେ, ୩ଟି ସ୍ଥାନରେ ଆରଡିସି ଏବଂ ୯ଟି ଜିଲ୍ଲାରେ ସ୍ଥାନୀୟ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ କଟକରେ ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ। ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ଆଚରଣ ବିଧି ଲାଗୁ ହୋଇଥିବାରୁ ମନ୍ତ୍ରୀମାନେ ସରକାରଙ୍କ ସଫଳତା ନେଇ ଭାଷଣବାଜି କରିବା ଉପରେ ବି କଟକଣା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ନୟାଗଡରେ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୟୂରଭଞ୍ଜରେ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରଗଗଡରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅନୁଗୁଳରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସୋନପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, କେନ୍ଦୁଝରରେ ରାଜସ୍ୱ ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସୁନ୍ଦରଗଡରେ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ନୂଆପଡାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଗଞ୍ଜାମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରିରେ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବାଲେଶ୍ୱରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜଗତସିଂହପୁରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିହଗ୍ରାହୀ, କନ୍ଧମାଳରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ପୁରୀରେ ମନ୍ତ୍ରୀ ରଘୁନନ୍ଦନ ଦାସ, ନବରଙ୍ଗପୁରରେ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି, ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ ଆରଡିସି, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡିରେ ସ୍ଥାନୀୟ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।
ପୂରା ତାଲିକା-
- ନିରଞ୍ଜନ ପୂଜାରୀ - ସମ୍ବଲପୁର
- ବିକ୍ରମ କେଶରୀ ଆରୁଖ - କଟକ
- ପ୍ରଫୁଲ୍ଲ ମଲ୍ଲିକ - ନୟାଗଡ
- ରଣେନ୍ଦ୍ର ପ୍ରତାପ ସ୍ବାଇଁ - ମୟୂରଭଞ୍ଜ
- ପଦ୍ମନାଭ ବେହେରା - ବରଗଡ
- ମନ୍ତ୍ରୀ ପ୍ରତାପ ଜେନା - ଅନୁଗୁଳ
- ଅରୁଣ ସାହୁ - ସୁବର୍ଣ୍ଣପୁର
- ସୁଦାମ ମାରାଣ୍ଡି - କେନ୍ଦୁଝର
- ସୁଶାନ୍ତ ସିଂହ - ସୁନ୍ଦରଗଡ
- ନବ ଦାସ - ନୂଆପଡା
- ଟୁକୁନି ସାହୁ - ଗଞ୍ଜାମ
- ଜଗନ୍ନାଥ ସାରକା- ମାଲକାନଗିରି
- ଦିବ୍ୟ ଶଙ୍କର ମିଶ୍ର - ରାୟଗଡା
- ଅଶୋକ ପଣ୍ଡା - ବାଲେଶ୍ବର
- ମନ୍ତ୍ରୀ ସମୀର ଦାଶ - କେନ୍ଦ୍ରାପଡା
- ପ୍ରେମାନନ୍ଦ ନାୟକ - କନ୍ଧମାଳ
- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ - ଜଗତସିଂହପୁର
- ରଘୁନନ୍ଦନ ଦାସ - ପୁରୀ
- ପଦ୍ମିନୀ ଦିଆନ - କୋରାପୁଟ
- ତୁଷାରକାନ୍ତି ବେହେରା - ନବରଙ୍ଗପୁର
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications