Get Updates
Get notified of breaking news, exclusive insights, and must-see stories!

ସାଧାରଣତନ୍ତ୍ର ଦିବସ LIVE: ସବୁଠି ଫର ଫର ହୋଇ ଉଡୁଛି ତ୍ରୀରଙ୍ଗା

୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଲୋୟର ପିଏମଜିର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାଗଣତନ୍ତ୍ର ଦିବସ ପାଳନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବ

ଭୁବନେଶ୍ବର: ଆଜି ସାରା ଦେଶରେ ପାଳିତ ହେଉଛି 72ତମ ସାଧାରଣତନ୍ତ୍ର ଦିବସ । ଓଡିଶାରେ ମଧ୍ୟ କରୋନା କଟକଣା ମଧ୍ୟରେ ପାଳନ ହେଉଛି ଜାନୁୟାରୀ 26 । ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଲୋୟର ପିଏମଜିର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାଗଣତନ୍ତ୍ର ଦିବସ ପାଳନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

republic day celebration in Odisha

Jan 26, 2021, 11:32 am IST

ଜୁଏଲ ଓରାମ ଉଡାଇଲେ ଜାତୀୟ ପତାକା

୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆଜି କଲେଇପୋଷ ଛକ ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ସୁରନ୍ଦରଗଡ ସାଂସଦ ଜୁଏଲ ଓରାମ ।
Jan 26, 2021, 11:13 am IST

ସମ୍ବଲପୁରଠାରେ ସାଧାରଣତନ୍ତ୍ର ଦିବସ

୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବଲପୁର ଠାରେ ଜାତୀୟ ପତାକା ଉତ୍ତୋଳନ କଲେ ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ।
Jan 26, 2021, 11:10 am IST

କଂଗ୍ରେସ ଭବନରେ ପତାକା ଉତ୍ତୋଳନ

କଂଗ୍ରେସ ଭବନରେ ଉଡିଲା ଜାତୀୟ ପତାକା । ପତାକା ଉତ୍ତୋଳନ କଲେ ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ଉତ୍ସବରେ ସାମିଲ ହୋଇଥିଲେ ଦଳର ବରିଷ୍ଠ ନେତାବୃନ୍ଦ ।
Jan 26, 2021, 9:04 am IST

ଶେଷ ହେଲା ରାଜ୍ୟସ୍ତରୀୟ ପରେଡ

ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପରେଡ ଶେଷ ହୋଇଛି । ପରେଡ ଶେଷ ହେବା ପରେ ଫେରି ଯାଇଛନ୍ତି ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ସମ୍ମାନିତ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Jan 26, 2021, 8:57 am IST

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ନବୀନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଟ୍ବିଟ କରି ସେ ଲେଖିଛନ୍ତି, ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ସଭିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପ ନେବା।
Jan 26, 2021, 8:47 am IST

ପତାକା ଉତ୍ତୋଳନ ପରେ ଚାଲିଛି ରାଜ୍ୟସ୍ତରୀୟ ପରେଡ୍‍

ପତାକା ଉତ୍ତୋଳନ ପରେ ଚାଲିଛି ରାଜ୍ୟସ୍ତରୀୟ ପରେଡ୍‍
ସାଧାରଣତନ୍ତ୍ର ଦିବସ କଣ୍ଟିଜେଣ୍ଟର ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍ ଏସ୍ ସୁଶ୍ରୀ। ପ୍ରଥମ ଥର ପାଇଁ ସୁଶ୍ରୀଙ୍କୁ ଏହି ସୁଯୋଗ ମିଳିଛି । ଆଇପିଏସ୍ ଭାବେ ନିଯୁକ୍ତ ହେବା ପରେ ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି।
Jan 26, 2021, 8:40 am IST

ମହାତ୍ମା ଗାନ୍ଧୀ ମାର୍ଗରେ ଉଡିଲା ତୀରଙ୍ଗା

ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।
Jan 26, 2021, 8:39 am IST

ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ

ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ
ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
Jan 26, 2021, 8:35 am IST

ଆରମ୍ଭ ହେଲା ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ

ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପାଳନ କରାଯାଉଛି । ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।
Jan 26, 2021, 8:14 am IST

କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

72 ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Jan 26, 2021, 8:06 am IST

ବାଲୁକାକଳାରେ ଗଣତନ୍ତ୍ର ଦିବସ ଶୁଭେଚ୍ଛା

ବାଲୁକାକଳାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକ କଳାରେ ଏହି ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ।
Jan 26, 2021, 7:46 am IST

କ୍ରୀଡା ମନ୍ତ୍ରୀଙ୍କ ଶୁଭେଚ୍ଛା

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରୀକାନ୍ତି ବେହେରା । ଟ୍ବିଟ କରି ସ୍ ଲେଖିଛନ୍ତି, ଆଜି ଆମର ଜାତୀୟ ହିରୋ ତଥା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବାର ଐତିହାସିକ ଦିନ । ଯେଉଁମାନେ ଆମକୁ ଏକ ଗଣତନ୍ତ୍ର ରାଷ୍ଟ୍ର ଦେବା ପାଇଁ ଦୁଃଖ ଭୋଗିଛନ୍ତି । 72 ତମ ଗଣତନ୍ତ୍ର ଦିବସରେ ଆସନ୍ତୁ ଶପଥ କରିବା, ଆମ ଦେଶରେ ଗଣତନ୍ତ୍ର ଏବଂ ଗୌରବକୁ ଆମେ ଯୁଗ ଯୁଗ ଧରି ବିସ୍ତାର କରିବ ।
Jan 26, 2021, 7:39 am IST

ପୋଲିସ ଡିଜିଙ୍କ ଶୁଭେଚ୍ଛା

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ ।
Jan 26, 2021, 7:34 am IST

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟସଭା ସାସଂଦ ଡ. ଅମର ପଟ୍ଟନାୟକ । ଅମର ଟ୍ବିଟ କରି ଲେଖିଛନ୍ତି, "ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀ, ଗଣତନ୍ତ୍ର ପ୍ରତିଷ୍ଠାତା ଓ ଅମର ଯବାନଙ୍କ ପ୍ରତି ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ, ଏହି ଦିବସରେ କେବଳ ଅଧିକାର ନୁହଁ, ଆମର କର୍ତ୍ତବ୍ୟ ବିଷୟରେ ଭାବିବା ଏବଂ ଏକ ନୂତନ ସୁଦୃଢ ରାଜ୍ୟ ଓ ଦେଶ ଗଠନରେ ନିଜକୁ ସାମିଲ କରାଇବା।"
Jan 26, 2021, 6:16 am IST

କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ

କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ
ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ଯୋଗଦେବେ ଅନ୍ୟାନ ମନ୍ତ୍ରୀଗଣ । ଯାହାର ତାଲିକା ଉପରେ ଗୋଟେ ନଜର ପକାନ୍ତୁ...
Jan 26, 2021, 6:05 am IST

ବନ୍ଦ ରହିବ ମହାତ୍ମା ଗାନ୍ଧି ମାର୍ଗ

ସକାଳ ୬ଟା ୩୦ରୁ ୯ଟା ଯାଏ ସର୍ବସାଧାରଣଙ୍କ ଲାଗି ମହାତ୍ମା ଗାନ୍ଧି ମାର୍ଗ ବନ୍ଦ ରହିବ । ଗାଡ଼ି କିମ୍ବା ଚାଲିକରି କେହି ବି ମହାତ୍ମା ଗାନ୍ଧି ମାର୍ଗରେ ଯାଇ ପାରିବେ ନାହିଁ ।
Jan 26, 2021, 5:59 am IST

ଜାତୀୟ ପତାକା ଉତ୍ତୋଳନ ସମୟ

ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପାଳନ କରାଯିବ । ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।
Jan 26, 2021, 5:58 am IST

କଣ୍ଟିଜେଣ୍ଟର ନେତୃତ୍ୱ ନେବେ ଯୁବ ଆଇପିଏସ୍ ଏସ୍ ସୁଶ୍ରୀ

କଣ୍ଟିଜେଣ୍ଟର ନେତୃତ୍ୱ ନେବେ ଯୁବ ଆଇପିଏସ୍ ଏସ୍ ସୁଶ୍ରୀ
ଚଳିତ ସାଧାରଣତନ୍ତ୍ର ଦିବସ କଣ୍ଟିଜେଣ୍ଟର ନେତୃତ୍ୱ ନେବେ ଯୁବ ଆଇପିଏସ୍ ଏସ୍ ସୁଶ୍ରୀ। ପ୍ରଥମ ଥର ପାଇଁ ସୁଶ୍ରୀଙ୍କୁ ଏହି ସୁଯୋଗ ମିଳିଛି । ଆଇପିଏସ୍ ଭାବେ ନିଯୁକ୍ତ ହେବା ପରେ ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି। ରାଜ୍ୟସ୍ତରୀୟ ପରେଡ୍ରେ ନେତୃତ୍ୱ ନେଇଥିବାରୁ ଏହାକୁ ସୁଚାରୁରୂପେ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୧୭ ବ୍ୟାଚ୍ ଆଇପିଏସ୍ ଅଫିସର୍ ସୁଶ୍ରୀ ଏବେ କଳାହାଣ୍ଡି କେସିଙ୍ଗାରେ ଏସଡ଼ିପିଓ ଦାୟିତ୍ୱରେ ଅଛନ୍ତି ।
Jan 26, 2021, 5:47 am IST

ଗାନ୍ଧୀ ମାର୍ଗରେ ପରେଡ

ପରେଡ୍ ବେଳେ ସୁରକ୍ଷା ନେଇ ୨୫ ପ୍ଲାଟୁନ ପୋଲିସ ମୁତୟନ ରହିବେ । କରୋନା କଟକଣା ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଏଥର ପରେଡ୍ ପାଇଁ ଅନୁମତି ଦିଆଯାଇ ନାହିଁ ।
Jan 26, 2021, 5:41 am IST

ଗାନ୍ଧୀ ମାର୍ଗରେ ପରେଡ

ଚଳିତ ବର୍ଷ କୌଣସି ଛାତ୍ରଛାତ୍ରୀ କିମ୍ବା ଅନୁଷ୍ଠାନ ପରେଡରେ ଅଂଶଗ୍ରହଣ କରିବେ ନାହିଁ । ପୋଲିସ, ଆରପିଏଫ, ଅଗ୍ନିଶମ ବିଭାଗ, ସିଆରପିଏଫ, ଏସଓଜି ଭଳି 14ଟି କଣ୍ଟିଜେଣ୍ଟ ସାମିଲ ହେବେ ।
Jan 26, 2021, 5:32 am IST

ଓଡିଶା ପାଳୁଛି 72ତମ ସାଧାରଣତନ୍ତ୍ର ଦିବସ

ଆଜି ଭୁବନେଶ୍ବର ଲୋୟର ପିଏମଜିର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାଗଣତନ୍ତ୍ର ଦିବସ ପାଳନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଏହି ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ସମ୍ମାନିତ ଅତିଥି ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+