ନବରଙ୍ଗପୁରରେ ଦାନ ମାଝୀ ଘଟଣାର ପୁନରାବୃତ୍ତି; କାନ୍ଧରେ ୮ କି.ମି ଯାଏଁ ବୋହିଲେ ଶବ

ଝରିଗାଁ: ନବରଙ୍ଗପୁରରେ ଦାନ ମାଝୀ ଘଟଣାର ପୁନରାବୃତ୍ତି । କାନ୍ଧରେ ଶବକୁ ବୋହି ନିଆଯିବା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡ଼ି ନମିଳିବାରୁ କାନ୍ଧରେ ବୋହିଲେ ଶବ । ଚନ୍ଦାହାଣ୍ଡି ମେଡିକାଲରୁ ଶରଧାପୁର ୮ କି.ମି ବୋହିଲେ ଶବ ।

ମେଡିକାଲରେ ଅସୁସ୍ଥ ମହିଳାଙ୍କ ମୃତ୍ୟୁ ପରେ ମିଳିନଥିଲା ଗାଡ଼ି । କାନ୍ଧରେ ଶବ ବୋହି ଚାଲିଚାଲି ଆସିଲେ ପରିବାର ଲୋକ । ଚନ୍ଦାହାଣ୍ଡି ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ପରିବାର ଲୋକେ ମୃତ ମହିଳାଙ୍କ ଶବକୁ କାନ୍ଧରେ ବୋହି ପ୍ରାୟ ୮ କିମି ଦୂର ଶରଧାପୁର ଗ୍ରାମକୁ ନେଇଛନ୍ତି । ଆଉ ଏହି ଘଟଣା ପୁଣି ଦାନ ମାଝୀ ଘଟଣାକୁ ମନେ ପକାଇଛି ।

ସୂଚନା‌ ଅନୁସାରେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ଗାଁରେ ନରେନ୍ଦ୍ର ମାଝୀଙ୍କ ସ୍ତ୍ରୀ ଦେମତି ମାଝି ଅସୁସ୍ଥ ଅନୁଭବ କରିବାରୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳା ଜଣକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବାହ୍ନ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

dead_body

ସବୁଠାରୁ ବଡ଼କଥା ମୃତ୍ୟୁର ଦୁଇ ଘଣ୍ଟା ପରେ ମଧ୍ୟ କୌଣସି ଆମ୍ବୁଲାନ୍ସ କି ଶବ ବାହକ ଗାଡି ନମିଳିବାରୁ କାନ୍ଧରେ ବୋହି ଦୀର୍ଘ ୮ କିଲୋମିଟର ଯାଏଁ ଶବ ନେଇଥିଲେ ପରିବାର ଲୋକେ ।

ସୂଚନା ଯୋଗ୍ୟ, ୨୦୧୬ ମସିହା ଅଗଷ୍ଟ ମାସରେ ସ୍ତ୍ରୀଙ୍କ ମୃତ୍ୟୁ ପରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଦାନ ମାଝୀଙ୍କୁ କାନ୍ଧରେ ଶବ ବୋହିଥିଲେ । ଆଉ ଏହି ଘଟଣା ସେତେବେଳେ ଆଲୋଡନ ସୃଷ୍ଟି କରିଥିଲା। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସେ ପ୍ରାୟ ୧୦ କିଲୋମିଟର ଯାଏଁ ନିଜ ସ୍ତ୍ରୀଙ୍କ ଶବ ନେଇ କାନ୍ଧରେ ବୋହିକି ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+