ଶ୍ରୀମନ୍ଦିର ଜଗମୋହନ ଓ ରତ୍ନଭଣ୍ଡାର ମରାମତି: ASIକୁ ବିସ୍ତୃତ ରିପୋର୍ଟ ମାଗିଲେ ହାଇକୋର୍ଟ

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ମାମଲା । ASIକୁ ରିପୋର୍ଟ ତଲବ । ASIକୁ ବିସ୍ତୃତ ରିପୋର୍ଟ ମାଗିଲେ ହାଇକୋର୍ଟ । ୨୦୧୭ରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ
ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।

୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଜଗମୋହନ ଓ ରତ୍ନଭଣ୍ଡାର ମରାମତି ନେଇ କଣ ସବୁ ପଦକ୍ଷେପ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ।
ଦିଲ୍ଲୀପ ମହାପାତ୍ରଙ୍କ ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସେପଟେ କାର୍ତ୍ତିକ ମାସ ଶେଷ ପରଦିନ ଅର୍ଥାତ୍‌ ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଲେଜର୍‌ ସ୍କାନିଂ ହେବ। ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ। ଆଉ ଆବଶ୍ୟକ ପଡ଼ିଲେ, ରତ୍ନଭଣ୍ଡାର ଭିତର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ ।

ଶ୍ରୀମନ୍ଦିର ପରିଚାଳନା କମିଟି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହି କାମ ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଏକ ବୈଷୟିକ କମିଟି ବି ଗଠନ କରାଯାଇଛି । ତେବେ କେତେଦିନ ଏହି ଲେଜର୍‌ ସ୍କାନିଂ ପ୍ରକ୍ରିୟା ଚାଲିବ, ସେ ଉପରେ କେହି ସ୍ପଷ୍ଟ ମତ ରଖିନାହାନ୍ତି ।

ratna_bhandar

ଲେଜର୍‌ ସ୍କାନିଂ ସମୟରେ ସେବାୟତମାନଙ୍କ ସହଯୋଗ ଆବଶ୍ୟକ। , ଲେଜର୍‌ ସ୍କାନିଂ ଏକ ଉଚ୍ଚକ୍ଷମତା ସଂପନ୍ନ(ହାଇ ପିକ୍ସେଲ୍‌) କ୍ୟାମେରା ଡିଭାଇସ୍‌, ଯାହା ଅତି କ୍ଷୁଦ୍ର ଫାଟକୁ ବି ଦେଖାଇ ପାରିବ । ଯାହାଦ୍ବାରା ମରାମତି ସହଜ ଓ ସୁବିଧା ହେବ ।

ସେହିପରି ଆସନ୍ତାବର୍ଷ ଜାନୁଆରୀ ୧୭ରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ବେଳେ ରାଜ୍ୟବ୍ୟାପୀ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+