ବିଶିଷ୍ଟ ସ୍ଥପତି ଓ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ 78 ବର୍ଷ ବୟସରେ କରୋନାରେ ଦେହାନ୍ତ ।

ଭୁବନେଶ୍ୱର : ଅଧାରେ ରହିଗଲା ଦ୍ଵିତୀୟ କୋଣାର୍କର ପରିକଳ୍ପନା । ତାଙ୍କ ନିହାଣ ମୁନରେ ଜୀବନ୍ତ ହୋଇଉଠୁଥିଲା ମୂର୍ତ୍ତି । ଓଡିଶାର ବିଶିଷ୍ଟ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ ଘଟିଛି । ରବିବାର ଅପରାହ୍ନ 3ଟା 49ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା । ଏ ନେଇ ଭୁବନେଶ୍ଵର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଗତ 22 ତାରିଖରେ ଏମ୍ସରେ ସେ ଭର୍ତ୍ତି ହୋଇଥିଲେ । 1943 ମସିହା ମାର୍ଚ୍ଚ 24 ତାରିଖରେ ପୁରୀ ଜିଲ୍ଲାର ଶାସନପଡିଆ ଗାଁରେ ତାଙ୍କ ଜନ୍ମ ହୋଇଥିଲା । 1975 ମସିହାରେ ପଦ୍ମଶ୍ରୀ, 2001 ମସିହାରେ ପଦ୍ମଭୂଷଣ ଏବଂ 2013ରେ ପଦ୍ମବିଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ରଘୁନାଥ ମହାପାତ୍ର
ରଘୁନାଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+