ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି : ଏଏସ୍‌ଆଇ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଛି । ତେବେ ଶୁଣାଣି ସମୟରେ ତଦନ୍ତ କମିଶନଙ୍କ ରିପୋର୍ଟ ଆଗାମୀ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି ଆଡଭୋକେଟ୍‌ ଜେନେରାଲ କୋର୍ଟଙ୍କୁ ସୂଚନା ଦେଇଥିଲେ ।

ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ଭିଡ଼ ସତ୍ତ୍ୱେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଜାରି ରହିଛି। ଆସନ୍ତା ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହା ଶଷ ହୋଇଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା ବା ASI ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ମାସ ୧୫ ତାରିଖରେ ହେବ।

Renovation of Ratnabhandara

ଏହି ମାମଲା ୨୦୧୮ ମସିହାରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅନ୍ତଃଭଣ୍ଡାର ଚାବି ହଜିଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାକୁ ନେଇ ରାଜ୍ୟରେ ତୀବ୍ର ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା ଏବଂ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଥିଲେ।

ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବର ଦାସ କମିଶନ ଗଠନ କରିଥିଲେ। କମିଶନ ତାଙ୍କ ତଦନ୍ତ ପରେ ୨୦୨୨ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ, ମାତ୍ର ଏହା ସାର୍ବଜନୀନ ହୋଇ ନ ଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିଲା ପରେ ମାମଲାି ହାଇକୋର୍ଟରେ ପହଞ୍ଚିଥିଲା।

ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହୋଇଥିଲାବେଳେ ଏହାର ଗଣତିମଣତି କାର୍ଯ୍ୟ ନହେବାକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଏକ ମିସ‌ କେସ‌୍‌ ରୁଜୁ କରାଯାଇଥିଲା। କ'ଣ ପାଇଁ ଗଣତି ମଣତି କାର୍ଯ୍ୟ କରାଯାଉ ନାହିଁ ତାହା ଉପରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ଏହି ଜବାବ ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ମେ' ୧୫ ତାରିଖକୁ ଧାର୍ଯ୍ୟ ହୋଇଛି। ସମାଜସେବୀ ଦିଲୀପ କୁମାର ବରାଳଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ହରିଶ୍‌‌ ଟଣ୍ଡନ୍‌ ଏବଂ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି ।

୨୦୧୮ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଥିବା ଜଣାପଡ଼ିଥିଲା। ଭିତର ରତ୍ନଭଣ୍ଡାର ମରାମତି ପାଇଁ ଚାବି ଖୋଜା ପଡ଼ିଥିଲେ ମଧ୍ୟ ଚାବି ମିଳିନଥିଲା। ଜିଲା ଟ୍ରେଜେରିରେ ଚାବି ନଥିବା ପୁରୀର ତତ୍କାଳୀନ ଜିଲାପାଳ କହିବା ପରେ ଆଲୋଡନ ସୃଷ୍ଟି ହୋଇଥିଲା; କିନ୍ତୁ ପରେ ଜିଲା ରେକର୍ଡ଼ ରୁମ୍‌ରେ ଏକ ଡୁପ୍ଲିକେଟ୍‌ ଚାବି ଜଉମୁଦ ଲଫାପାରେ ରହିଥିବା ଜିଲାପାଳ କହିଥିଲେ।

ଏହାକୁ ନେଇ ସନ୍ଦେହ ହେବାରୁ ଜଷ୍ଟିସ୍‌ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୦୧୮ ଜୁନ୍‌‌ରେ ଏକ ତଦନ୍ତ କମିସନ ବସାଇଥିଲେ। ସେହିବର୍ଷ ନଭେମ୍ବର ୨୯ରେ କମିସନ ତାଙ୍କ ରିପୋର୍ଟ ଗୃହ ବିଭାଗକୁ ଦେଇଥିଲେ; ମାତ୍ର ରାଜ୍ୟ ସରକାର ଉକ୍ତ ରିପୋର୍ଟକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରକାଶ କରିନଥିଲେ। ଉକ୍ତ ରିପୋର୍ଟକୁ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିବାର ନିୟମ ରହିଥିଲେ ମଧ୍ୟ ଏହା କରା ନ ଯିବାରୁ ଆବେଦନକାରୀ ଶ୍ରୀ ବରାଳ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଏବଂ ହରପ୍ରିୟା ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+