ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ, ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି
ସମ୍ବଲପୁର: ଜିଲ୍ଲାରେ ବର୍ଷ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ । ଧାର୍ମିକ ଶୋଭାଯାତ୍ରା ବନ୍ଦ ପାଇଁ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସମ୍ବଲପୁର ଏସପି ମୁକେଶ ଭାମୁ ଏନେଇ ସୂଚନା ଦେଇଛନ୍ତି । ମହରମ, ହନୁମାନ ଜୟନ୍ତୀଙ୍କୁ ନଜରରେ ରଖି ପଦକ୍ଷେପ ନିଆଯାଇଛି ବୋଲି ଏସପି କହିଛନ୍ତି ।

ବର୍ଷେ ପର୍ଯ୍ୟନ୍ତ ସମ୍ବଲପୁରରେ କୌଣସି ଧାର୍ମିକ ଅନୁଷ୍ଠାନ ବିଭିନ୍ନ ପର୍ବ ପର୍ବାଣୀ ସମୟରେ ଶୋଭାଯାତ୍ରା ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଅନୁମତି ମିଳିପାରିବ ନାହିଁ । ବିଭିନ୍ନ ଥାନାର ଆଇଆଇସିମାନେ ସ୍ଥାନୀୟ ଅଞ୍ଚଳରେ ପର୍ବପର୍ବାଣୀ ପାଳନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି ।
ତେବେ, ଗତ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ଗଣ୍ଡଗୋଳ ତଥା ହିଂସାକୁ ଦେଖି ଆସନ୍ତା ୨୦୨୪ ଜୁନ ମାସ ଯାଏ ସହରରେ କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯିବନି ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ହେଲେ ସମସ୍ତ ପରମ୍ପରା ନୀତି ଅନୁଯାୟୀ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଏସପି ସ୍ପଷ୍ଟ କରିଛନ୍ତି ।












Click it and Unblock the Notifications