ଖୋର୍ଦ୍ଧା ଜିଲ୍ଲାରେ ଖୋଲିଲା, ଭୁବନେଶ୍ୱରରେ ବନ୍ଦ
ରାଜ୍ୟ ଜାରି ହୋଇଥିବା ଅଗଷ୍ଟ ଗାଇଡ଼ଲାଇନ ଅନୁଯାଇ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ମନ୍ଦିର ଖୋଲିବାକୁ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି। ନିଜ ଅଞ୍ଚଳରେ କରୋନା ସ୍ଥିତି ଦେଖି ଖୋଲି ପାରିବେ ବୋଲି ନିର୍ଦ୍ଦେଶ ରହିଛି।
ଖୋର୍ଦ୍ଧା: ରାଜ୍ୟ ଜାରି ହୋଇଥିବା ଅଗଷ୍ଟ ଗାଇଡ଼ଲାଇନ ଅନୁଯାଇ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ମନ୍ଦିର ଖୋଲିବାକୁ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି। ନିଜ ଅଞ୍ଚଳରେ କରୋନା ସ୍ଥିତି ଦେଖି ଖୋଲି ପାରିବେ ବୋଲି ନିର୍ଦ୍ଦେଶ ରହିଛି। ତେବେ ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ। ଭୁବନେଶ୍ୱର ଉପଖଣ୍ଡକୁ ଛାଡି ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳରେ ଖୋଲିଛି ମନ୍ଦିର।

ରାଜ୍ୟରେ କରୋନା କଟକଣା ପାଇଁ ବନ୍ଦ ରହିଥିଲା ସମସ୍ତ ଧର୍ମାନୁଷ୍ଠାନ। ତେବେ ଧର୍ମାନୁଷ୍ଠାନ ଖୋଲିଲା ବେଳେ ଶ୍ରଦ୍ଧାଳୁ କୋଭିଡ ନିୟମ ଅନୁଯାୟୀ ମନ୍ଦିର ଭିତରେ ପ୍ରବେଶ କରିବେ। ଜିଲ୍ଲାରେ ଥିବା ବିଭିନ୍ନ ଶୈବ ପୀଠ, ବାଣପୁର ଭଗବତୀ ମନ୍ଦିର, ଉଗ୍ରତାରା ପୀଠ ଜାଗୁଳାଇପାଟଣା ଠାରେ ଥିବା ଜଗନ୍ନାଥଙ୍କ ମନ୍ଦିର କରୋନା କଟକଣାରେ ଖୋଲିଛି। ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ହଟକେଶ୍ୱର ପୀଠରେ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।












Click it and Unblock the Notifications