ବାଘୁଣୀ ଜିନ୍ନତକୁ ଶିମିଳିପାଳ ଛାଡ଼଼: NTCA
Odisha News: ବାଘୁଣୀ ଜିନ୍ନତ ଶିମିଳିପାଳ ଫେରାଇବାକୁ ନିର୍ଦ୍ଦେଶ । ପଶ୍ଚିମବଙ୍ଗ ସରକାରଙ୍କୁ ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦେଲା NTCA । ଓଡ଼ିଶା ଚିଫ୍ ୱାଇଲ୍ଡ ୱାର୍ଡେନ ଚିଠି ଲେଖିଥିବା ନେଇ ସୂଚନା ରହିଛି ।
ତେବେ ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବନ୍ୟ ପ୍ରାଣୀ ଆଇନ ଅନୁସାରେ ତୁରନ୍ତ ଜିନତକୁ ଶିମିଳିପାଳ ପଠାଯାଉ ଏବଂ କେଉଁ କାରଣରୁ ବାଘକୁ ଅଲିପୁର ଚିଡିଆଖାନା ନିଆଗଲା ସେନେଇ ମଧ୍ୟ କାରଣ ଦର୍ଶାଯାଉ । ବହୁ କଷ୍ଟ ପରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ କରାଯାଇଛି ।

ପଶ୍ଚିମବଙ୍ଗ ବାଙ୍କୁରାରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ପ୍ରାୟ ୨୧ ଦିନ ଟ୍ରାକ୍ କରିବା ପରେ ଧରା ପଡିଥିଲା ଜିନ୍ନତ । ତେବେ ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ରହିବା ପରେ ପ୍ରଥେମ ଝାଡଖଣ୍ତ ଏବଂ ପରେ ପଶ୍ଚିମବଙ୍ଗ ଚାଲିଯାଇଥିଲା ବାଘୁଣୀ ।












Click it and Unblock the Notifications