ସମ୍ବଲପୁରରେ ଦୁର୍ଗା ପୁଜା ଶୋଭାଯାତ୍ରାକୁ ମନା, ଶାନ୍ତି କମିଟି ମିଟିଂରେ ନିଷ୍ପତ୍ତି

ଦୁର୍ଗାପୂଜାରେ ଭସାଣ ଶୋଭାଯାତ୍ରାକୁ ମନା । କଳସ ଯାତ୍ରା ଓ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଶାନ୍ତି କମିଟି ମିଟିଂରେ ନିଷ୍ପତ୍ତି ।

ସମ୍ବଲପୁରରେ ଦୁର୍ଗା ପୁଜା ଭସାଣ ଶୋଭାଯାତ୍ର ହେବନି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଏଭଲି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । କେଇଦିନ ପରେ ସମ୍ବଲପୁରରେ ଦୁର୍ଗା ପୂଜା ଆରମ୍ଭ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ହୋଇଛି ।

ବୈଠକରେ ସହରର ସମସ୍ତ ଦୁର୍ଗା ପୂଜା କମିଟି ସଦସ୍ୟ ଯୋଗ ଦେଇଥିଲେ । ମୁଖ୍ୟତଃ ଭସାଣ ଶୋଭାଯାତ୍ରାକୁ ନେଇ ଆଲୋଚନା ହୋଇଥିଲା। କେବଳ କଳସ ଯାତ୍ରାକୁ ଅନୁମତି ମିଳିଥିବା ବେଳେ ଭସାଣ ଶୋଭାଯାତ୍ରା ପାଇଁ ଅନୁମତି ଦେଇ ନାହିଁ ପ୍ରଶାସନ ।

durgua_puja_meeting

ବିନା ଶୋଭାଯାତ୍ରାରେ କମିଟିର କିଛି ସଦସ୍ୟ ଓ ପୋଲିସ ଉପସ୍ଥିତିରେ ଭସାଣ ହେବ । କେବଳ ପୁଜା ମଣ୍ତପରେ ବାଜା ବାଜିବର ଅନୁମତି ମିଳିଛି । ସେପଟେ ପ୍ରଶାସନର ଏଭଲି ନିଷ୍ପତ୍ତି କୁ ନେଇ ପୁଜା କମିଟି ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ବୈଠକରେ କିଛି ପୁଜା କମିଟିକୁ ପୁର୍ଵରୁ ପ୍ରୟୋଜିତ ଭାବେ ଭସାଣ ଶୋଭାଯାତ୍ରା ପ୍ରସଙ୍ଗ ଏଡାଇବା ନେଇ କୁହାଯାଇଥିବା ବେଳେ ସେମାନେ ପ୍ରସଙ୍ଗ ଏଡାଇ ଥିବା ଅଭିଯୋଗ ହୋଇଛି ।

ତେବେ, ଗତ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ଗଣ୍ଡଗୋଳ ତଥା ହିଂସାକୁ ଦେଖି ଆସନ୍ତା ୨୦୨୪ ଜୁନ ମାସ ଯାଏ ସହରରେ କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯିବନି ବୋଲି ପ୍ରଶାସନ ସ୍ପଷ୍ଟ କରିଥିଲା । ହେଲେ ସମସ୍ତ ପରମ୍ପରା ନୀତି ଅନୁଯାୟୀ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଏସପି ସ୍ପଷ୍ଟ କରିଥିଲେ । ବିଭିନ୍ନ ଥାନାର ଆଇଆଇସିମାନେ ସ୍ଥାନୀୟ ଅଞ୍ଚଳରେ ପର୍ବପର୍ବାଣୀ ପାଳନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+