ଶେଷ ହେଲା କୋରାପୁଟ-ଜଗଦଲପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ

ଶେଷ ହେଲା କୋରାପୁଟ-ଜଗଦଲପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ। ମାନବର ଏବଂ ଜରତି ଷ୍ଟେସନ୍ ମଧ୍ୟରେ ମାଟି ଓ ପଥର ଧସିଯିବା ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଥିଲା । କୋଟଭାଲାସା-କୋରାପୁଟ-କିରାଣ୍ଡୁଲ (କେ.କେ) ରେଳ ଲାଇନର କୋରାପୁଟ-ଜଗଦଲପୁର ରେଳ ସେକ୍ସନର ମାନବର ଏବଂ ଜରତି ଷ୍ଟେସନ ମଧ୍ୟରେ 13 ସେପ୍ଟେମ୍ବର 2023 ରେ ଟ୍ରେନ ଲାଇନ ଉପରେ ମାଟିଆତଡା ଓ ପଥର ଧସିଯିବା ଯୋଗୁଁ ରେଳ ଧାରଣା ଅବରୋଧ ହୋଇଥିଲା ଓ ରେଳ ମଚଳାଚଳ ବ୍ୟାହତ ହୋଇଥିଲା । ଦେଶର ଜୀବନ ରେଖା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୂର୍ବ ଘାଟ ପର୍ବତ ମାଳାରେ ଏହି ରେଳ ସେକ୍ସନ କୋରାପୁଟ ଓ ଜୟପୁର ମଧ୍ୟରେ ଅଟେ ।

ପୁନରୁଦ୍ଧାର କାର୍ଯ୍ୟରେ, 27 ଦିନରେ ରେଳ ଲାଇନରୁ କାଦୁଅ ଏବଂ ପଥର ସଫା କରିବା ପାଇଁ ଅନେକ ଖନନକାରୀ, ପଥର ଭାଙ୍ଗିବା ସହିତ ରେଳବାଇର ବହୁ ମାନବ ଶକ୍ତି ବ୍ୟବହାର କରାଯାଇଥିଲା।

ଗତକାଲି ମଧ୍ୟରାତ୍ରିରେ ପ୍ରଥମେ 10 କିଲୋମିଟର ଗତିରେ ପଣ୍ୟବାହୀ ଟ୍ରେନ୍ ଚଳାଚଳ ପ୍ରାରମ୍ଭ କରାଯାଇ ପରେ 20 କିଲୋମିଟର ବେଗ ସହିତ ପରବର୍ତ୍ତୀ ପଣ୍ୟବାହୀ ଟ୍ରେନ୍ ଯାତାୟାତ ପାଇଁ ଟ୍ରାକ୍ ଫିଟ୍ ଦିଆଯାଇଥିଲା। ଓଭର ହେଡ୍ ଯନ୍ତ୍ରପାତି (OHE) ଫିଟ୍ କରାଥିଲା ଏବଂ ରାତିରେ ପ୍ରାୟ 02 ଘଣ୍ଟାରେ ଚାର୍ଜ କରାଯାଇଥିଲା ।

ପ୍ରଥମ ଡିଜେଲ ଲାଇଟ୍ ଇଞ୍ଜିନ୍ ପ୍ରଭାବିତ ସ୍ଥାନକୁ ପ୍ରାୟ ରାତ୍ରି 02ଘ.20ମି.ରେ 10 କିଲୋମିଟର ବେଗ ସହିତ ଜରାତି ଷ୍ଟେସନ ଆଡକୁ ଟାୱାର କାର ବାହାର କରାଯିବାପରେ ଅଗ୍ରସର କରାଯାଇଥିଲା। ପ୍ରଥମେ ଡିଜେଲ ଚାଳିତ ଖାଲିଥିବା ପଣ୍ୟବାହୀ ଟ୍ରେନ୍ ରାତ୍ରି 02ଘ.55ମି.ରେ ମନାବର ଷ୍ଟେସନ ଛାଡି ରାତ୍ରି 03ଘ.32ମି.ରେ ପ୍ରଭାବିତ ଅଞ୍ଚଳ ଅତିକ୍ରମ କରି ରାତ୍ରି 03ଘ.52ମି.ରେ ଜରାତିରେ ପହଞ୍ଚିଥିଲା। ଆଜି ସକାଳେ ପ୍ରାୟ 09 ଘଟିକା ମଧ୍ୟରେ ନିୟନ୍ତ୍ରିତ ବେଗ ସହିତ ପଣ୍ୟବୋଝେଇ ଟ୍ରେନ୍ ଏହି ସେକ୍ସନରେ ଆରମ୍ଭ ହୋଇଥିଲା।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ବ୍ୟକ୍ତିଗତ ଭାବେ ପ୍ରଭାବିତ ସ୍ଥାନକୁ ପରିଦର୍ଶନ କରିଥିଲେ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରିଥିଲେ । ଶୀଘ୍ର ପୁନରୁଦ୍ଧାର ପାଇଁ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା ପୁନରୁଦ୍ଧାର କାର୍ଯ୍ୟ ସମାପ୍ତକରି ଟ୍ରେନ ଚଳାଚଳ ପାଇଁ ଉପଯୋଗୀ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପୁନରୁଦ୍ଧାର ଏବଂ ଟ୍ରେନ୍ ଚଳାଚଳ ପାଇଁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+