ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ ହେବ
Registration will start for kharif paddy accumations from farmersଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ ହେବ
ଭୁବନେଶ୍ୱର: ଖୁବ ଶିଘ୍ର ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ ହେବ ।ରାଜ୍ୟରେ ଖରିଫ ଧାନ ସଂଗ୍ରହ ୧.୧୧.୨୦୨୨ ରୁ ୩୧.୦୩.୨୦୨୩ ମଧ୍ୟରେ
ପରିଚାଳିତ ହେବ । ଯେଉଁଥି ପାଇଁ ଚାଷୀଙ୍କୁ ନିଜ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି ,ମହିଳା ସ୍ୱୟଂ ସହାୟକ ଗୋଷ୍ଠିୀ,ପାଣି ପଞ୍ଚାୟତରେ ଆଗୁଆ ପଞ୍ଜିକରଣ କରିବା ପାଇଁ ପଡିବ ।ତେବେ ଜୁଲାଇ ୧୫ରୁ ଚାଷିପଞ୍ଜିକରଣ ଆରମ୍ଭ ହେବ ।ଖରିଫ ଧାନ ଚାଷ କରୁଥିବା ଚାଷୀ ମାନେ ବିଶଦ ବିବରଣୀ ସହ ଦରଖାସ୍ତ ଦେଇ ଚାଷୀ ସମିତିରେ ନୂତନ ଭାବେ ପଞ୍ଜିକରଣ କରିବା ଅତ୍ୟନ୍ତ ଆବଶ୍ୟକ ।ଚାଷୀ ନିକଟସ୍ଥ ସମିତିରୁ ନୂତନ ପଞ୍ଜିକରଣ ଫର୍ମ ସଂଗ୍ରହ କରିବା ସହ ଏହା ପୂରଣ କରି ୧୫ ଜୁଲାଇରୁ ୧୬ ଅଗଷ୍ଟ ମଧ୍ୟରେ ସମିତି କାର୍ଯ୍ୟାଳୟରେ ଆବେଦନ କରିବା ପାଇଁ ପଡିବ ।ଏହା ଛଡା ଏହି ଫର୍ମ www.Foododisha.inରେ ମଧ୍ୟ ଉପଲବ୍ଧ ଅଛି ।

ତେବେ ଏଥି ପାଇଁ ଚାଷୀଙ୍କୁ ଫର୍ମ ସହିତ ବ୍ୟାଙ୍କ ପାସବୁକର ପ୍ରଥମ ପୃଷ୍ଠା,ଚାଷ ଜମି ବାବଦରେ ପ୍ରମାଣ ପତ୍ର ,ଆଧାର କାର୍ଡ଼ ,ମୋବାଇଲ୍ ନମ୍ବର, ଭାଗ ଚାଷୀ ହୋଇଥିଲେ ସମ୍ପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହ ଆଧାର କାର୍ଡ଼ ଆବଶ୍ୟକ ।ତେବେ ଭାଗ ଚାଷୀମାନେ ମଧ୍ୟ ପଞ୍ଜିକରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ।ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଧାନ ସଂଗ୍ରହ ବ୍ୟବସ୍ଥାର ଭାଗ ହେବା ସରକାରଙ୍କ ଏକାନ୍ତ ଇଚ୍ଛା । ଅଭିଯୋଗ ଥିଲେ ସରକାରଙ୍କର ଦେୟମୁକ୍ତ ନମ୍ବର ୧୯୬୭ରେ କଲ କରିପାରିବେ ।












Click it and Unblock the Notifications