ଆଜିଠୁ ହବିଷ୍ୟାଳିଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ, ଏଇଠି କରିପାରିବେ ଆବେଦନ...
ଆଜିଠୁ କାର୍ତ୍ତିକ ହବିଷ୍ୟାଳିଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ । ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ । ଆବେଦନକାରୀ www.puri.nic.in ସାଇଟ୍ରୁ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ oritourpuri@gmail.com ରେ ଅନଲାଇନ ବା ଅଫଲାଇନ,
ପୁରୀ: ଆଜିଠୁ କାର୍ତ୍ତିକ ହବିଷ୍ୟାଳିଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ । ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ । ଆବେଦନକାରୀ www.puri.nic.in ସାଇଟ୍ରୁ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ [email protected] ରେ ଅନଲାଇନ ବା ଅଫଲାଇନ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ । ସେହିପର ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ହ୍ବାଟ୍ସଆପ ନମ୍ବର ୯୪୩୭୦୮୦୬୩୨ରେ କଲ୍ କରି ପଞ୍ଜିକରଣ ବି କରିପାରିବେ ହବିଷ୍ୟାଳି ।

ଆବେଦନକାରୀଙ୍କ ନାମ, ବୟସ, ସ୍ଥାୟୀ ଓ ବର୍ତ୍ତମାନର ଠିକଣା, ଯୋଗାଯୋଗ ନମ୍ବର ବା ମେଲ୍ ଆଇଡି, ଜରୁରୀ ଆବଶ୍ୟକତା ପାଇଁ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟପତ୍ର ନମ୍ବର, ଆବେଦନପତ୍ରରେ ଗୋଟିଏ ଏବଂ ଅନ୍ୟ ଦୁଇଟି ପାସ୍ପୋର୍ଟ ସାଇଜ ଫଟୋ ସହ ଆବେଦନ କରିପାରିବେ। ଆବେଦନକାରୀ ଡବଲ ଡୋଜ୍ ଟିକା ନେଇଥିବା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରହି ରାଇଦାମୋଦର ବ୍ରତ ପାଳନ କରିବେ ହବିଷ୍ୟାଳି। ପ୍ରାୟ ଅଢେଇରୁ ତିନିହଜାର ହବିଷ୍ୟାଳି ମାସେ ପୁରୀରେ ରହିବେ। ତେବେ ବ୍ରତ ଶେଷ କରି କିପରି ସୁରୁଖୁରରେ ଘରକୁ ଫେରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହବିଷ୍ୟାଳୀ ମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି ।
ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ୍ଵ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ ସହ ଅନ୍ୟ ତିନୋଟି ସ୍ଥାନରେ ହବିଷ୍ୟାଳି ଶିବିରରେ ଚାଲିଛି ପ୍ରସ୍ତୁତି । ଏମାନଙ୍କ ପାଇଁ ମାଗଣା ରହଣି ସହ ମହାପ୍ରସାଦ ସେବନ, ପୂଜାନୀତି, ଗମନାଗମନ ଓ ସ୍ବାସ୍ଥ୍ୟସେବାର ସମସ୍ତ ବ୍ୟବସ୍ଥା କରିଛି ପ୍ରଶାସନ।
ପୂର୍ବରୁ ଅସ୍ଥାୟୀ ଶିବିରରେ ରହି ବ୍ରତ ପାଳନ କରୁଥିଲେ ହବିଷ୍ୟାଳି । ଚଳିତ ବର୍ଷ ସେମାନଙ୍କ ପାଇଁ ସରକାର ନିର୍ମାଣ କରିଛନ୍ତି ସ୍ଥାୟୀ ଶିବିର। ପ୍ରାୟ ୧୫ ଶହ ଶଯ୍ୟା ବିଶିଷ୍ଟ ସାତ ମହଲା ଉଚ୍ଚ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ନିର୍ମିତ ହୋଇଛି ବୃନ୍ଦାବତୀ ଭକ୍ତ ନିବାସ। ରହିବା ସହ ଭଜନ କୀର୍ତ୍ତନ ଓ ପୂଜାପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମେତ ଆନୁଷଙ୍ଗିକ ସୁବିଧା ସୁଯୋଗ ବି ରହିଛି ।












Click it and Unblock the Notifications