ଜୁଲାଇ ୩୧ ସୁଦ୍ଧା କୃଷକମାନେ ପଂଜୀକରଣ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ସୁଦ୍ଧା ସମସ୍ତ କୃଷକମାନେ ନିଜ ନିଜର ନାମ ବୀମା ପୋର୍ଟାଲରେ ପଂଜୀକରଣ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକମାନେ ସେମାନଙ୍କର ନାମ ବୀମା ପୋର୍ଟାଲରେ ପଂଜୀକରଣ କରିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ସଂପର୍କରେ ଏକ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ତଥା ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ,କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଭୟ ବିଭାଗର ବରିଷ୍ଠ ପଦାଧୀକାରୀ ଉପସ୍ଥିତ ଥ‌ିବାବେଳେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ସମବାୟ ନିବନ୍ଧକ ବିଡିଓ, କୃଷି ଅଧିକାରୀ ଓ ସମବାୟ ସମିତିର କର୍ମକର୍ତ୍ତାମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ସମସ୍ତ କୃଷକମାନେ ନିଜ ନିଜର ନାମ ବୀମା ପୋର୍ଟାଲରେ ପଂଜୀକରଣ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଏ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିବାରୁ ଓ ବୀମା ପୋର୍ଟାଲରେ ବିଭିନ୍ନ କାରଣରୁ ପଞ୍ଜିକରଣ ବିଳମ୍ବିତ ହେଉଥ‌ିବାରୁ ଏଥ୍ ପାଇଁ ସମୟସୀମା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । କିନ୍ତୁ ଯେ ପର୍ଯ୍ୟନ୍ତ ସମୟ ବୃଦ୍ଧି ନ ଘଟିଛି ଆଗାମୀ ଜୁଲାଇ ୩୧ ସୁଦ୍ଧା ସମସ୍ତ ଚାଷୀମାନଙ୍କର ନାମ ପଂଜୀକରଣ କରିବାକୁ ବୈଠକରେ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମୀକ୍ଷା ବୈଠକରେ ଖରିଫ-୨୦୨୩ ବର୍ଷର ଫସଲ ବୀମା ସ୍ଥିତି ଉପସ୍ଥାପନ କରାଯାଇଥିଲା । ଧାନ, ହରଡ, ମକା, ଚିନାବାଦାମ, ମାଣ୍ଡିଆ, କପା, ଅଦା, ହଳଦି ଆଦି ୮ ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ଏ ବର୍ଷ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏ ସଂପର୍କରେ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଜିଲ୍ଲାରେ କେତେ ସଂଖ୍ୟକ ଚାଷୀମାନଙ୍କର ପଂଜୀକରଣ କରାଯିବ ଏକ ସମ୍ଭାବ୍ୟ ସଂଖ୍ୟା କୃଷି ବିଭାଗ ତରଫରୁ ପଠାଯାଇଛି । ଅନୁଷ୍ଠିତ ବୈଠକରେ ଧାର୍ଯ୍ୟ ଲକ୍ଷ୍ୟ ସଂପୂର୍ଣ୍ଣ କରି ଚାଷୀମାନଙ୍କର ଯେତେ ଅଧିକ ସଂଖ୍ୟକ ନାମ ପଂଜୀକରଣ ହେବ, ତାହା ସଂପୂର୍ଣ୍ଣ କରିବାକୁ କୁହାଯାଇଛି ।

ଆଗାମୀ ୨୯ ଓ ୩୦ ତାରିଖ ୨ ଦିନ ଛୁଟି ଥ‌ିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ, କୃଷି ବିଭାଗ ସମସ୍ତେ ସହଯୋଗ କରି କାର୍ଯ୍ୟ ତ୍ବରାନ୍ବିତ କରି ଚାଷୀମାନଙ୍କର ବୀମା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଧାନ ପାଇଁ ଗ୍ରାମ ପଂଚାୟତ ଓ ବିଜ୍ଞାପିତ ଅଂଚଳ ବା ମ୍ୟୁନିସିପାଲଟିରେ ଏବଂ ଅଣ ଧାନ ପାଇଁ ବ୍ଳକ ସ୍ତରରେ କୃଷକମାନଙ୍କର ନାମ ପଂଜୀକୃତ ହେଉଛି । ପୂର୍ବରୁ ଋଣ ନେଇଥ‌ିବା କୃଷକମାନେ ସଂପୃକ୍ତ ବ୍ୟାଙ୍କ ଶାଖା ବା ପ୍ରାଥମିକ କୃଷି ସମବାୟ ସମିତିର ପଂଜୀକରଣ କରିପାରିବେ । ଋଣ ନେଇଥ‌ିବା ଚାଷୀମାନେ ବ୍ୟାଙ୍କ ଶାଖା, ଜନସେବା କେନ୍ଦ୍ର, ବୀମା କଂପାନୀ ମଧ୍ୟସ୍ଥି ସଂସ୍ଥା, ବୀମା କଂପାନୀଗୁଡିକରେ କାର୍ଯ୍ୟକ୍ଷମ କାର୍ଯ୍ୟାଳୟ କିମ୍ବା ବୀମା ଆପ୍ଲିକେସନ ବ୍ୟବହାର କରି ନାମ ପଂଜୀକରଣ କରିପାରିବେ ।

ବୈଠକରେ ସବୁ ଜିଲ୍ଲାରେ ଧାନ, ୧୬ ଟି ଜିଲ୍ଲାର ୭୫ ବ୍ଲକରେ ଚିନାବାଦାମ, ୯ ଟି ଜିଲ୍ଲାର ୪୪ ବ୍ଲକରେ କପା, ୧୪ ଜିଲ୍ଲାର ୧୨୧ ବ୍ଳକରେ ହରଡ ଓ ୧୮ ଜିଲ୍ଲାର ୧୮୦ ବ୍ଲକରେ ମକା, ୭ ଜିଲ୍ଲାର ୨୫ ବ୍ଲକରେ ଅଦା, ୬ ଜିଲ୍ଲାର ୬୬ ବ୍ଲକରେ ମାଣ୍ଡିଆ ଆଦି ଫସଲକୁ ଚାଷୀମାନେ ବୀମାକରଣ କରିପାରିବେ ।

୨୦୧୬ ମସିହାରୁ ଓଡ଼ିଶା ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିଗ୍ରସ୍ତ କୃଷକମାନଙ୍କୁ ବୀମା କଂପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଉଛି ।

ଏହି ପଂଜୀକରଣ ପାଇଁ ରାଜ୍ୟ ସରକାର ନିଜ ଭାଗରେ ପ୍ରିମିୟମ ବହନ କରିବା ସହ କୃଷକମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ପ୍ରିମିୟମ ଅଂଶ ମଧ୍ଯ ପ୍ରଦାନ କରୁଛନ୍ତି । ବ୍ୟାଙ୍କ ଆକାଉଣ୍ଟ ସଠିକତା ଯାଞ୍ଚ ପାଇଁ ଟୋକନ୍ ଭାବେ ଚାଷୀଙ୍କୁ ଆବେଦନ ପିଛା ମାତ୍ର ୧.୦୦ ଟଙ୍କା ଦେବାକୁ ପଡ଼ିବ । ରାଜ୍ୟରେ ପ୍ରାୟ ୨୫ ଲକ୍ଷ କୃଷକ ପଂଜୀକରଣ କରାଯାଇ ପ୍ରାୟ ୨୧ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହେବାର ଆଶା କରାଯାଇଛି ।

ପଂଜୀକରଣ ଅଗ୍ରଗତି ସଂପର୍କରେ ଜିଲ୍ଲାପାଳମାନଙ୍କ ସହ ସ୍ଥିତି ଆଲୋଚନା କରାଯାଇଥିଲା । ତ୍ବରିତ ପଦକ୍ଷେପ ନିଆଯାଇ ଆଗାମୀ ୪ ଦିନ ମଧ୍ୟରେ ପଂଜୀକରଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳମାନେ ନିଜ ନିଜର ପ୍ରସ୍ତୁତି ସଂପର୍କରେ ମତବ୍ୟକ୍ତ କରିଥିଲେ ।

meeting

କୃଷକମାନଙ୍କୁ ବୀମା ପଂଜୀକରଣ ନିମନ୍ତେ ବିଭିନ୍ନ ସ୍ତରରେ ସଚେତନ କରାଯାଉଛି । ଋଣ ନେଇଥ‌ିବା କୃଷକମାନଙ୍କମାନଙ୍କ ପାଇଁ ଅଗଷ୍ଟ ୧୬ ତାରିଖ ସୁଦ୍ଧା ତଥ୍ୟ ଅପଲୋଡ କରିବାର ବ୍ୟବସ୍ଥା ରହିଛି । ଏଣୁ ବିଶେଷ କରି ଋଣ ନ ନେଇଥ‌ିବା କୃଷକମାନଙ୍କୁ ଅଧ‌ିକ ଗୁରୁତ୍ଵ ଦିଆଯାଇ ନାମ ପଂଜୀକରଣ କରିବାକୁ କୁହାଯାଇଛି । ସରକାରୀ ଅଧିକାରୀ, ଜନସେବା କେନ୍ଦ୍ରରେ ଏବଂ ବୀମା କଂପାନୀ ପ୍ରତିନିଧ‌ିଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ ପଂଚାୟତ ସ୍ତରରେ ପ୍ରଚାର ପ୍ରସାର ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+