୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଆଜିଠୁ ପଞ୍ଜିକରଣ

ରାଜ୍ୟରେ ଆରମ୍ବ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଆସନ୍ତା ମେ’ ୧ ତାରିଖରୁ ଟିକା ନେବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ । ଯାହା ପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ ।

ଭୁବନେଶ୍ୱର: ରାଜ୍ୟରେ ଆରମ୍ବ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଆସନ୍ତା ମେ' ୧ ତାରିଖରୁ ଟିକା ନେବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ । ଯାହା ପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ ।

corona vaccination

ଦିନ 4ଟାରେ କୋୱିନ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ । କିନ୍ତୁ ସ୍ଲଟ୍‌ କାହାକୁ ଦିଆଯିବ ନାହିଁ । କାରଣ ରାଜ୍ୟର ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ନାହିଁ । ପର୍ଯ୍ୟାପ୍ତ କୋଭାକ୍ସିନ ଥିବାରୁ କେବଳ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ହିଁ ମେ' ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ହୋଇପାରିବ । ଅଧିକ ଟିକା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସରକାର ।

ତେବେ ଟିକାକରଣ ନିମନ୍ତେ କୋୱିନ ପୋର୍ଟାଲରେ ୨ଟି ପଦ୍ଧତିରେ ପଞ୍ଜୀକରଣ କରିହେବ। ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଏହାପରେ ଟିକାରେ ଉପଲବ୍ଧତାକୁ ଦେଇ ଆପଏଣ୍ଟମେଣ୍ଟ ପ୍ରକିୟା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଆସିବାକୁ କୁହାଯିବ। ଏଥି ନିମନ୍ତେ ସ୍ଲଟ ବୁକିଂ କରାଯିବ । କିଏ, କେଉଁଠି, କେତେବେଳେ ଟିକା ନେବେ ସେନେଇ ମେସେଜ ଦିଆଯିବ । ମାତ୍ର ଟିକା ଅଭାବ ଯୋଗୁ ମେ' ପହିଲାରୁ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ନେଇ ସନ୍ଦେହ ଦେଖାଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+