Get Updates
Get notified of breaking news, exclusive insights, and must-see stories!

ବାଲିଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ; ଅକ୍ଟୋବର ୧୫ ରୁ ୨୫ ଯାଏଁ ଚାଲିବ ପଞ୍ଜିକରଣ ପ୍ରକ୍ରିୟା

ବିଶ୍ବ ପ୍ରସିଦ୍ଧ ପାଖେଇ ଆସୁଛି । ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବାଲିଯାତ୍ରାରେ ଷ୍ଟଲ ଖଣ୍ଡେ ପାଇବା ପାଇଁ ବ୍ୟବସାୟୀମାନେ ବ୍ୟାକୁଳ ହୋଇଥାନ୍ତି । ନଭେମ୍ବର ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଆଜିଠାରୁ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଅକ୍ଟୋବର ୧୫ ତାରିଖରୁ ୨୫ ତାରିଖରେ ଯାଏଁ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ଅନଲାଇନ ମାଧ୍ୟମରେ ପ୍ଲଟ ପଞ୍ଜିକରଣ ହେଉଥିବା ବେଳେ ବ୍ୟବସାୟୀମାନେ ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ । କଟକ ବାରବାଟୀ ପ୍ୟାଲେସରେ ଚାଲିଛି ଏହି ପଞ୍ଜିକରଣ ପ୍ରକ୍ରିୟା । ତେବେ ୨୫ ତାରିଖରେ ପଞ୍ଜିତକଣ ପ୍ରକ୍ରିୟା ଶେଷ ହେଉଥିବା ବେଳେ ୨୭ ତାରିଖରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଚଳିତ ବର୍ଷ ବାଲିଯାତ୍ରାକୁ ସୁରକ୍ଷିତ ଏବଂ ଆକର୍ଷଣୀୟ କରିବା ପାଇଁ ଲକ୍ଷ୍ୟ ରଖିଛି କଟକ ପ୍ରଶାସନ ।

Bali Yatra

ବାଲିଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଅଣ୍ଟା ଭିଡିଛି କଟକ ଜିଲ୍ଲା ପ୍ରଶାସନ । ତାରିଖ ଘୋଷଣା ହୋଇଥିଲେ ହେଁ ଏହା କେତେଦିନ ପର୍ଯ୍ୟନ୍ତ ଚାଲିବ ସେନେଇ ଘୋଷଣା କରାଯାଇ ନାହିଁ । ପରବର୍ତ୍ତି ବୈଠକରେ ସେନେଇ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ଟଏଲେଟ ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ସହିତ ସୁରକ୍ଷିତ ବାଲିଯାତ୍ରା ହେବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+