ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର: ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା ଗତ ୦୧.୧୧.୨୦୨୩ ଠାରୁ ଆରମ୍ଭ ହୋଇଯାଇଅଛି ।

ରାଜ୍ୟରେ ଥ‌ିବା ୩୧୪ ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ୫ ଟି ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ମାନେ www.oav.edu.in ରେ ନାମ ପଞ୍ଜୀକରଣ କରିପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପଞ୍ଜୀକରଣର ଶେଷ ତାରିଖ ୨୦ ନଭେମ୍ବର କୁ ଧାର୍ଯ୍ୟ କରାଯାଇଅଛି ।

ଓଡିଶା ଆଦର୍ଶ ବିଦ୍ୟାଳୟ ଓ ୫ ଟି ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୧୫.୦୧.୨୦୨୪ ସୁଦ୍ଧା କରାଯିବାପାଇଁ ଧାର୍ଯ୍ୟ କରାଯାଇଅଛି । ପଞ୍ଜୀକରଣ ନିମନ୍ତେ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ବ୍ଲକ ର ପଦାଧିକାରୀ ଙ୍କୁ ପ୍ରେରଣ କରାଯାଇଛି ।

oav

ଉପରୋକ୍ତ ସମସ୍ତ ବିଦ୍ୟାଳୟରେ ୫୦% ସ୍ଥାନ ଛାତ୍ରୀ ମାନଙ୍କ ନିମନ୍ତେ ଏବଂ ବ୍ଳକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଜନସଂଖ୍ୟାର ପ୍ରତିଶତ ଅନୁସାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀ ଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରାଯାଇଅଛି । ପଞ୍ଜୀକରଣ ନିମନ୍ତେ କୌଣସି ସହଯୋଗ ପାଇଁ ପିତାମାତା/ ଅଭିଭାବକ/ ଛାତ୍ରଛାତ୍ରୀ ନିକଟସ୍ଥ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+