ପୁରୀରେ ହବିଷ୍ୟ ପାଳିବା ପାଇଁ ପଞ୍ଜିକରଣ ତାରିଖ ଧାର୍ଯ୍ୟ: ୧୯ ତାରିଖରୁ ହବିଷ୍ୟାଳୀ ପଞ୍ଜିକରଣ

ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀ ଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପକ୍ରିୟା । ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳୀ ଙ୍କ ପାଇଁ ଏଥର ହୋଇଛି ବ୍ୟବସ୍ଥା । ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତୀକ ବ୍ରତ । ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳୀ ।

ତେବେ ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯିବ । କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲାପାଳ ।

Registration date for habisyali in Puri

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ୨୦୨୫ ପାଇଁ ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ ହବିଷ୍ୟାଳୀ । https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ । ୧୯ ତାରିଖ ପୂର୍ବାହ୍ନ ୧୦ଟା ଠାରୁ ଆବେଦନ ଆରମ୍ଭ ହେବ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳାମାନେ ଆବେଦନ କରିପାରିବେ ।

ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା ମାନେ ହିଁ ହାବିଷ୍ୟାଳି ଶିବିରରେ ଅନୁମତି ପାଇବେ । ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର। ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+