ଏସ୍‌ପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବା ମନା

ଆସନ୍ତାକାଲି ନୂଆବର୍ଷ। ଆଜି ଇଂରାଜୀ ନୂତନ ବର୍ଷ ପାଇଁ ଭଦ୍ରକ ପୁଲିସ୍‌ କଡା ପଦକ୍ଷେପ ଗ୍ରହଣ କରିଛି। ଏସ୍‌ପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବା ପାଇଁ ମନା କରାଯାଇଛି। ପୁଲିସ୍‌ ଅଧିକାରୀ କିମ୍ୱା କୌଣସି ବ୍ୟକ୍ତି ଫୁଲ ଓ ଡାଏରୀ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ କାନ୍ଥରେ ଏ ନେଇ ତାଗିଦ୍ ପୋଷ୍ଟର୍ ଲଗାଯାଇଛି। ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ କଡ଼ା ନୋଟିସ୍ ଜାରି କରାଯାଇଛି।

bhadrak police

ସେପଟେ ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ କାର୍ଯ୍ୟାଳୟକୁ କେହି ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସମସ୍ତଙ୍କୁ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ ମୋର କାର୍ଯ୍ୟାଳୟ ଅନ୍ୟ ସାଧାରଣ ଦିବସ ଭଳି କାର୍ଯ୍ୟ କରିବ। ତେଣୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ମୋ କାର୍ଯ୍ୟାଳୟକୁ କେହି ନ ଆସିବାକୁ ଅନୁରୋଧ କରୁଛି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ସରକାରୀ କର୍ମଚାରୀମାନେ ମଧ୍ୟ ଅଫିସ ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ନ ରହି ଅଫିସ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ। ଓଡ଼ିଶାର ଜନସାଧାରଣ ତଥା ମୋର ଶୁଭାକାଂକ୍ଷୀଙ୍କ ସଦିଚ୍ଛା ମୋ ସହିତ ସବୁବେଳେ ରହିଛି। ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ। ମୋର ସରକାରୀ ବାସଭବନକୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକଙ୍କୁ ନିବେଦନ, କୌଣସି ଉପହାର କିମ୍ବା ପୁଷ୍ପଗୁଚ୍ଛ ଧରି ଆସିବେ ନାହିଁ। କେବଳ ଆପଣଙ୍କ ସଦିଚ୍ଛା ଓ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+