ଓଡିଶାକୁ ରେଡ୍ ୱାର୍ଣ୍ଣିଂ: ଆଇଏମଡି ଡିଜି କହିଲେ, ରାଜ୍ୟରେ ୧୯, ୨୦ରେ ପ୍ରବଳ ବର୍ଷା
ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ୱର: ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ସ୍ପଷ୍ଟ ରୂପରେ ଚିହ୍ନିତ ହେବ । କାଲି ସକାଳେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

ତାଙ୍କ ସୂଚନା ମୁତାବକ, ଆସନ୍ତାକାଲି ସାରା ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖରେ ପଶ୍ଚିମ ଓଡିଶାର କେତେ ସ୍ଥାନରେ ପ୍ରବଳ ବର୍ଷା ହେବ ଓ ଉତ୍ତର ଓଡିଶାର ଜିଲ୍ଲାରେ ଆଜି ସନ୍ଧ୍ୟାରୁ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ଷାର ପ୍ରଭାବ ନଦୀ ଗୁଡିକ ଉପରେ ପଡିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଅନ୍ୟପଟେ ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ୧୯ ତାରିଖରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ ।୨୦ ତାରିଖ ସକାଳୁ ବେଳକୁ ଅବପାତ ଝାଡଖଣ୍ଡ ପହଞ୍ଚିଥିବ । ତେବେ ୧୯ ଓ ୨୦ ତାରିଖ ଓଡିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ୨୦ ତାରିଖରେ ଛତିଶଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି ।












Click it and Unblock the Notifications