ମୟୁରଭଞ୍ଜକୁ ରେଡ ୱାର୍ଣ୍ଣିଂ , ଏବେ ଛେଚୁଛି ପ୍ରବଳ ବର୍ଷା

ରାଜ୍ୟରେ ଏବେ ଜାରି ରହିଛି ବର୍ଷା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ଥିତି ଲାଗି ରହିବ। ତେଣୁ ବର୍ଷାକୁ ଆଖି ଆଗରେ ରଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍.ଆର୍.ସି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଆଜି ରେଡ ୱାର୍ଣ୍ଣିଂରେ ରହିଛି । ଆଜି ସକାଳ ପ୍ରାୟ ୧୦ଟା ପାଖରୁ ତୁହାକୁ ତୁହା ବର୍ଷା ଲାଗି ରହିଛି ।

Mayurbhanj

ଏଣୁ ସମ୍ଭାବ୍ୟ ବର୍ଷାକୁ ଲକ୍ଷରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଗାମୀ ୧୨ଘଣ୍ଟାରେ ମୟୂରଭଞ୍ଜରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ଶିମିଳିପାଳ ଅଭ୍ୟାରଣ୍ୟରେ ଭାରି ବର୍ଷା ହୁଏ ତେବେ ବୁଢାବଳଙ୍ଗ, ଜମ୍ଭୀରା, ସୋନ, ଗଂଗାହାର, ପଳପଳା, ଦେଓ, ଖଡ଼ଖାଇ ଆଦି ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+