ଜାଣନ୍ତି କି ? ରାଜ୍ୟର ଏହି ଜିଲ୍ଲାର ଜଙ୍ଗଲରେ ଅଛି ରକ୍ତ ଚନ୍ଦନ ଗଛ...
ରାଜ୍ୟର ଗୋଟିଏ ଜିଲ୍ଲାରେ ଅଛି ମୂଲ୍ୟବାନ ରକ୍ତଚନ୍ଦନ ଗଛ । ମଙ୍ଗଳବାର ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ଭୁବନେଶ୍ୱର: ରାଜ୍ୟର ଗୋଟିଏ ଜିଲ୍ଲାରେ ଅଛି ମୂଲ୍ୟବାନ ରକ୍ତଚନ୍ଦନ ଗଛ । ମଙ୍ଗଳବାର ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ରାଜ୍ୟର ଗଜପତି ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ବନଖଣ୍ଡରେ ରକ୍ତଚନ୍ଦନ ଗଛ ରହିଛି । ଏହି ବନଖଣ୍ଡର ଲାବଣ୍ୟଗଡ ଜଙ୍ଗଲ ଓ କିଞ୍ଚିଲିଙ୍ଗି ବିଟରେ ଏହାର ଆକଳନ କରାଯାଇଛି । ତେବେ ଏହି ଜଙ୍ଗଲରେ ୩୦ ସେଣ୍ଟିମିଟର ଗୋଲାଇରୁ ଅଧିକ ୧୧୯ଟି ଗଛ ରହିଛି ।
ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରଶ୍ନ କରିଥିଲେ, ରାଜ୍ୟର କେଉଁ କେଉଁ ଜଙ୍ଗଲରେ ଓ କେଉଁ ଜିଲ୍ଲାରେ କେତେ ରକ୍ତ ଚନ୍ଦନ ଗଛ ଅଛି? ରାଜ୍ୟରେ ରକ୍ତ ଚନ୍ଦନ ଗଛର ସଂଖ୍ୟା କେତେ ଓ ଜଙ୍ଗଲରେ ଥିବା ମୂଲ୍ୟବାନ ଶାଗୁଆନ୍ କାଠ, ଶାଳ କାଠ ଓ ଅନ୍ୟାନ୍ୟ ଗଛକୁ କାଟି ତାର ଚୋରା ଚାଲାଣ ବନ୍ଦ କରିବାକୁ ସରକାର କି ପଦକ୍ଷେପ ନେଇଛନ୍ତି ?
ସେହିପରି ରାଜ୍ୟରେ ଜଙ୍ଗଲ ଓ ବନ୍ୟଜନ୍ତ ସୁରକ୍ଷା ପାଇଁ ଅଦ୍ୟାବଧି ୫୧ ବନଖଣ୍ଡ ଅନ୍ତର୍ଗତ ୩୭ଟି କ୍ଷେତ୍ରୀୟ ବନଖଣ୍ଡ ଏବଂ ୧୪ଟି ବନ୍ୟପ୍ରାଣୀ ବନଖଣ୍ଡ ବନାଞ୍ଚଳ, ୨୮୭ଟି ବନାଞ୍ଚଳ ଏବଂ ୩୬୮୩ ବିଟରେ ସରକାର କର୍ମଚାରୀ ନିୟୋଜିତ କରିଛନ୍ତି । ରାଜ୍ୟର ୧୬, ୧୨୮ଟି ବନ ସୁରକ୍ଷା ସମିତି ଗଠନ କରି ସେଗୁଡିକର ସଦସ୍ୟମାନଙ୍କୁ ସମୁଦାୟ ୧୩, ୮୫, ୬୨୩ ହେକ୍ଟର ପରିମିତ ଜଙ୍ଗଲ ଅଞ୍ଚଳର ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।












Click it and Unblock the Notifications