ଲାଲ୍ ପିମ୍ପୁଡ଼ି ଭୟ , ଗାଁ ଛାଡିବେ ଲୋକେ !
ଲାଲ୍ ପିମ୍ପୁଡ଼ି ଭୟ, ରାସ୍ତା ଘାଟ ସବୁଠି ମାଳ ମାଳ ପିମ୍ପୁଡ଼ି, ପିମ୍ପୁଡ଼ି ଭୟରେ ଗାଁ ଛାଡିବେ ଲୋକେ ,ପିମ୍ପୁଡ଼ି ଭୟରେ ଆତଙ୍କିତ ଲୋକେ,ଗାଁ ଛାଡିବାର ନିଷ୍ପତ୍ତି ନେଲେଣି ବ୍ରାହ୍ମଣ ସାହି ଲୋକେ ,
ଭୁବନେଶ୍ୱର: ପିମ୍ପୁଡ଼ି ଭୟରେ ଗାଁ ଛାଡିବେ ଗ୍ରାମବାସୀ । ହୁଏତ ଏପରି ଘଟଣା ଆପଣ ପ୍ରଥମ ଥର ଶୁଣୁଥିବେ । ହେଲେ ଏପରି ଘଟଣା ଦେଖିବା ପାଇଁ ମିଳିଛି ପିପିଲି ଚନ୍ଦ୍ରଦେଇପୁର ପଞ୍ଚାୟତର ବ୍ରାହ୍ମଣ ସାହିରେ । ରାସ୍ତା ଘାଟ ସବୁଠି ଏବେ ଲାଲ୍ ପିମ୍ପୁଡ଼ି । ଯେତେ ମେଡିସିନ୍ ପାକାଗଲେ ବି ଯାଉ ନାହାଁନ୍ତି ଏହି ଲାଲ୍ ପିମ୍ପୁଡ଼଼ି ।

ଲୋକଙ୍କ ରୋଷେଇ ଘରଠୁ ଆରମ୍ଭ କରି ବେଡରୁମ୍ ପର୍ଯ୍ୟନ୍ତ ,ଏପରିକି ଗାଁର ପ୍ରତ୍ୟକ ଗଳିକନ୍ଦିରେ ଏବେ ମାଳ ମାଳ ପିମ୍ପୁଡ଼ି । ଯାହା ଫଳରେ ନାଁ ଘରେ ରହି ହେଉଛି ନା ବାଟରେ ଚାଲି ହେଉଛି । ପିମ୍ପୁଡ଼ି ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ଗାଁ ଲୋକ । ବିଭିନ୍ନ ବିଷାକ୍ତ ମେଡିସିନ୍ ସ୍ପ୍ରେ କରିଯାଇ ସାରିଲାଣି ହେଲେ କୌଣସି ଉପାୟ କାମ କରୁ ନାହିଁ । ସମସ୍ୟା ଭିତରେ ଦିନ କାଟୁଛନ୍ତି ଲୋକେ । ଶେଷରେ ଲୋକେ ଗାଁ ଛାଡିବାର ନିଷ୍ପତ୍ତି ନେଲେଣି ପିପିଲି ବ୍ରାହ୍ମଣ ସାହିର ବାସିନ୍ଦା । ସେପଟେ ପ୍ରଶାସନ ପକ୍ଷରୁ ଲଗାତାର ମେଡିସିନ୍ ସ୍ପ୍ରେ କରାଯାଉଛି ।












Click it and Unblock the Notifications