ନିମାପଡ଼ାରେ ଲାଲିପିମ୍ପୁଡି ଆତଙ୍କ, ଚିନ୍ତାରେ ଗ୍ରାମବାସୀ
Nimapada News: ନିମାପଡ଼ାରେ ଲାଲିପିମ୍ପୁଡି ଆତଙ୍କ । କୀଟନାଶକ ମଧ୍ୟ ଦେଉ ନାହିଁ କାମ, ପ୍ରଶାସନଙ୍କ ସାହାଯ୍ୟ ଲୋଡିଲେ ସ୍ଥାନୀୟ ଲୋକେ । ସୂଚନା ଅନୁସାର, ସାହାଡାପଡାରେ ୫୦ରୁ ଅଧିକ ପରିବାର ରହୁଥିବା ବେଳେ ଗାଁରେ ହଠାତ୍ ଏକ ନାଲି ପିମ୍ପୁଡି ବାହାରିବାରୁ ବର୍ତ୍ତମାନ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ ।

ତେବେ କେବଳ ମଣିଷ ହିଁ ନୁହେଁ ଲାଲା ପିମ୍ପୁଡି ଆତଙ୍କରେ ଗାଈ, ଗୋରୁ ମଧ୍ୟ ବାଦ ପଡୁନାହାଁନ୍ତି । ତେବେ ଏତେ ସଂଖ୍ୟାରେ ହଠାତ୍ କେଉଁଠି ଆସିଲେ ତାହା ସ୍ପଷ୍ଟ ହୋଇ ନାହିଁ । ପ୍ରଶାସନ ପକ୍ଷରୁ ଏହାର ଉପଚାର ପାଇଁ କୀଟନାଶକ ସିଞ୍ଚନ କରାଯାଉଛି ହେଲେ ଏହା କାମ କରୁ ନାହିଁ । ତେବେ ଶିଘ୍ର ଆଉ କିଛି ପଦକ୍ଷେପ ନିଆଯାଉ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।












Click it and Unblock the Notifications