ନାଲି ପିମ୍ପୁଡ଼ି ଆତଙ୍କ ଘଟଣା: ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରତିଷେଧକ ସିଞ୍ଚନ
ପିପିଲି ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିରୁ କମୁ ନାହିଁ ଲାଲ୍ ପିମ୍ପୁଡ଼ି ଆତଙ୍କ,ନାଲି ପିମ୍ପୁଡ଼ି ଆତଙ୍କ ଘଟଣା: ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରତିଷେଧକ ସିଞ୍ଚନ.
ନିମାପଡ଼ା: ୧୦ ରୁ ୧୫ ଦିନ ହେଲାଣି ପିପିଲି ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିରୁ କମୁ ନାହିଁ ଲାଲ୍ ପିମ୍ପୁଡ଼ି ଆତଙ୍କ । ପିମ୍ପୁଡ଼ି ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ଗାଁ ଲୋକ । ପ୍ରତ୍ୟକ ଦିନ ପିମ୍ପୁଡ଼ି ମାରିବା ପାଇଁ ପ୍ରତିଷେଧକ ସ୍ପ୍ରେ କରାଯାଉଛି । ହେଲେ ଦିନକୁ ଗଡିବାରେ ଲାଗିଛି ହେଲେ କମ ହେଉ ନାହିଁ ଲାଲ୍ ପିମ୍ପୁଡ଼ି ଭୟ । ସେପଟେ ଖୁବ ଶିଘ୍ର ଲୋକଙ୍କର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପିପିଲି ଗୋଷ୍ଠି ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି ।

ଅନେକ ଲୋକ ଏବେ ଲାଲ୍ ପିମ୍ପୁଡ଼ି ଭୟରେ ଗାଁ ଛାଡିଲେଣି । ପିମ୍ପୁଡ଼ି କାମୁଡାରେ ଗୋଡ ଘା ହେଲାଣି । ଗାଁ ରାସ୍ତାରେ ଚାଲି ହେଉଛି ନାଁ ଘର ଅଗଣାରେ ବସି ହେଉଛି । ଏପରି ସ୍ଥିତିରେ ଖୁବ କଷ୍ଟରେ ଦିନ କାଟୁଛନ୍ତି ଗାଁ ଲୋକେ । ପ୍ରଶାସନ ପକ୍ଷରୁ ଲଗାତାର ଗାଁରେ ବିଷାକ୍ତ ସ୍ପ୍ରେ କରାଯାଉଛି । ଘର ବାହାରକୁ ଯିବା ସମୟରେ ଗୋଡ଼ରେ ପଲିଥିନ ବାନ୍ଧି ଯିବାଆସିବା କରିବା ପାଇଁ ପଡୁଛି । ପ୍ରଶାସନ ତୁରନ୍ତ ଏହା ସମାଧାନ ନ କଲେ ବାଧ୍ୟ ହୋଇ ଗାଁ ଛାଡିବେ ବୋଲି କହିଛନ୍ତି ଗ୍ରାମବାସି ।
ସେପଟେ OUAT ବୈଜ୍ଞାନିକ ,ସ୍ଥାନୀୟ ବିଡିଓ ,ଚିକିତ୍ସା ଅଧିକାରୀ ଗାଁ ରେ ପହଁଚି ଯାଞ୍ଚ କରିଛନ୍ତି । ପିମ୍ପୁଡ଼ିଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି । ଆକି କିଛି ଘଣ୍ଟା ମଧ୍ୟରେ ସ୍ଥିତି ଆୟତ୍ତକୁ ଆସିବ ବୋଲି ସୂଚନା ଦେଇଛନ୍ତି ବିଡିଓ ରଶ୍ମିତା ନାଥ ।












Click it and Unblock the Notifications