ଅତି ଭୀଷଣ ବର୍ଷା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି, ସତର୍କ ରହିବାକୁ ନିର୍ଦ୍ଦେଶ
ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି। ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
୨୮ ଜିଲ୍ଲାରେ ପ୍ରବଳ କାଚିବ। ଆଉ ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ଲାଗି ରହିବ ବର୍ଷା। ସକାଳୁ ସକାଳୁ ଟ୍ୱିନ୍ ସିଟି ସହ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା।

ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୨୪ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା। ୨୭ ତାରିଖ ସକାଳେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଆଜିଠୁ ତିନି ଦିନ ଯାଏଁ ପ୍ରବଳ ବର୍ଷା। ଲଘୁଚାପ ବର୍ଷାରେ ଭିଜିବ ପୁରା ଓଡ଼ିଶା। ଉପକୂଳ ଓଡ଼ିଶାରେ ପ୍ରବଳ ଆଉ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଯାହାର ପ୍ରଭାବରେ ସାରା ରାଜ୍ୟରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା। ତେବେ ବର୍ଷାର ପ୍ରଭାବ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାକୁ ଅଧିକ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲା ଦୁଇଟି ହେଉଛି କୋରାପୁଟ, ମାଲକାନଗିରି। ଅନ୍ୟସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି।
ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ଆଜି ମାଲକାନଗିରିରେ ସ୍କୁଲ ବନ୍ଦ ରଖାଯାଇଛି। ସେହିପରି କୋରାପୁଟ, ମାଲାକାନଗିରିରେ ୨୮ ଯାଏଁ ଅଫିସରଙ୍କୁ ସରକାରୀ କ୍ୱାର୍ଟର ନଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।












Click it and Unblock the Notifications