ହିଂସାତ୍ମକ ଉପାୟ ଅବଲମ୍ବନ କଲେ ତାହା କେବେ ବି ଗ୍ରହଣୀୟ ନୁହେଁ: ପୃଥ୍ୱୀରାଜ ହରିଚନ୍ଦନ

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ସସ୍‌ପେଣ୍ଡ ପ୍ରସଙ୍ଗରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ବିରୋଧୀ ଦଳ ମାନଙ୍କର ସବୁ ପ୍ରକାର ଆନ୍ଦୋଳନ କରିବା, ମତ ରଖିବାର ଅଧିକାର ଅଛି । ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିପାରିବେ । ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାର ଅଭ୍ୟାସ ଛାଡ଼ି ହିଂସାତ୍ମକ ଉପାୟ ଅବଲମ୍ବନ କଲେ ତାହା କେବେ ବି ଗ୍ରହଣୀୟ ନୁହେଁ । ଏ ବାବଦରେ ବାରମ୍ବାର ବିରୋଧୀ ଦଳମାନଙ୍କୁ ଅନୁରୋଧ କରାଯାଉଛି । ଆଜିର ହିଂସାତ୍ମକ ଘଟଣା ସଂପୂର୍ଣ୍ଣ ଭାବେ ଅସ୍ପୃହଣୀୟ ଓ ଅଗଣତାନ୍ତ୍ରିକ କଥା । ତେଣୁ ସେ ବାବଦରେ ବାଚସ୍ପତି ଯଥାର୍ଥ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ଆଇନମନ୍ତ୍ରୀ।

Prithviraj Harichandan

ସୂଚନାଯୋଗ୍ୟ, ବିଶୃଙ୍ଖଳିତ ଆଚରଣ ପାଇଁ ବିଧାନସଭାରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ ହୋଇଛନ୍ତି । ମଙ୍ଗଳବାର ଗୃହରେ ହାତାହାତି ଘଟିଥିବା ଘଟଣାକୁ ନେଇ ନିଲମ୍ବନ କରାଯାଇଛି । ୭ ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା ବାହିନୀପତି । ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଥିଲେ ।

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟତ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ତାରା ବାହିନୀପତି, ସାଗର ଦାସ, ରୋମାଞ୍ଚ ରଂଜନ ବିଶ୍ଵାଳ, ଯୋଗେଶ ସିଂହ, ଦେବୀ ରଞ୍ଜନ ତ୍ରିପାଠୀ, ମାଧବ ଧଡା, ନବ ମଲ୍ଲିକ, ଅଭିମନ୍ୟୁ ସେଠୀ, ଚକ୍ରମଣି କହଁର ବିଧାନସଭା ରିପୋର୍ଟର ଟେବୁଲ ଉପରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । ତାରା ବାହିନୀପତି, ସାଗର ଦାସ ଚପଲ ପିନ୍ଧି ରିପୋର୍ଟର ଟେବୁଲ ଉପରେ ଚଢିଥିଲେ । ରିପୋର୍ଟିଂ ଟେବୁଲର ହେଡ୍‌ଫୋନ୍ ଉପାଡିଦେଲେ ବିରୋଧୀ ସଦସ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+