ରେକର୍ଡ ଭାଙ୍ଗିଲା ଶିମିଳିପାଳରେ ଶୀତ; ୫ ଡିଗ୍ରୀ ଛୁଇଁଲା ସର୍ବନିମ୍ନ ତାପମାତ୍ରା

ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଚହଲା ଏବଂ ଉପର ବାରାକାମୁଡାରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫଳରେ ପାଦ ଦେଶ ତଥା ଆଖପାଖ ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ସକାଳେ ଲୋକେ ଘରୁ ବାହାରୁ ନ ଥିବାବେଳେ ସୂର୍ଯ୍ୟାସ୍ତ ବେଳକୁ ରାସ୍ତା ଘାଟ ଜନଶୂନ୍ୟ ହୋଇଯାଉଛି।

Shimipal

ଶିମିଳିପାଳର ଉକ୍ତ ସ୍ଥାନରେ ୭ ଡିଗ୍ରୀ ସେଲସିୟସ ଥିଲା। ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ଶୁକୃଳି ଓ ରରୁଆ ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଗାମୀ ଦିନରେ ଶୀତ ଆହୁରି ବଢିବ ବୋଲି ଅନୁମାନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହାଡ଼ଭଙ୍ଗା ଶୀତ ସତ୍ବେ ଶିମିଳିପାଳ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କଡାକଡି କରିଛନ୍ତି। ଅନ୍ୟ ପକ୍ଷରେ ପ୍ରବଳ କୁହୁଡି ଯୋଗୁଁ ଜାତୀୟ ରାଜପଥ ୪୯ରେ ଯିବା ଆସିବା କଷ୍ଟକର ହୋଇପଡୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+