ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ: ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳେ

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ । ଡିସେମ୍ବର ଆରମ୍ଭରୁ ଶୀତ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ଚଳିତ ଶୀତ ମାସରେ ପ୍ରଥମଥର ଲାଗି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଛି। ସଫଦରଜଙ୍ଗରରେ ତାପମାତ୍ରା ୪.୯ ଡିଗ୍ରୀ ରେକର୍ଡ ହୋଇଛି। ରବିବାରଠାରୁ ଦିଲ୍ଲୀରେ ଶୀତ ଲହରି ଜାରି ରହିଛି। ଦିଲ୍ଲୀ ସମେତ ପୁରା ଉତ୍ତର ଭାରତରେ ଶୀତପଡୁଛି। କିଛି ଦିନ ହେଲା ଦିଲ୍ଲୀରେ ଶୀତର ପ୍ରଭାବ ଅଧିକ ରହିଛି।

ଗତକାଲିର ଶୀତ ଦିଲ୍ଲୀରେ ରେକର୍ଡ ଭାଙ୍ଗିଥିଲା। ଡିସେମ୍ବର ଆରମ୍ଭରୁ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ରେକର୍ଡ ହୋଇଥିଲା। ଆଗରୁ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରେକର୍ଡ ଅନୁସାରେ ଏହି ଅବଧି ସମୟରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୯୮୭ ଡିସେମ୍ବର ୬ ତାରିଖରେ ୪.୧ ଡିଗ୍ରୀ ରେକର୍ଡ ହୋଇଥିଲା। ଏହାପରଠାରୁ ଗତ ବୁଧବାର ଦିନ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନସିଆର ଏବଂ ଉତ୍ତରଭାରତର ପାହାଡ଼ିଆ ଅଞ୍ଚଳରେ ବରଫପାତ ହେଉଛି। ଏହାର ପ୍ରଭାବରେ ଶୀତର ପ୍ରଭାବ ବଢିଥିବା କହିଛି ପାଣିପାଗ ବିଭାଗ।

winter in Delhi

କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଗତ ଦୁଇ ଦିନ ହେଲା ଅସହ୍ୟ ଶୀତ ଅନୁଭୂତ ହେଉଛି । ପ୍ରବଳ ଥଣ୍ଡା ଯୋଗୁ ଅଞ୍ଚଳବାସୀ ବିଭିନ୍ନ ସ୍ଥାନ ସମେତ ଘରେ ନିଆଁ ଲଗାଇ ବସୁଛନ୍ତି। ଧାନ କଟା କାର୍ଯ୍ୟ ଚାଲିଥିବାବେଳେ ଘନ କୁହୁଡି ଓ ଶୀତ ଯୋଗୁଁ ଚାଷୀ ବିଳମ୍ବରେ କ୍ଷେତରେ ପହଞ୍ଚି କାମ କରୁଛନ୍ତି।

ଗୁରୁବାର ପ୍ରବଳ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟତରେ ସମସ୍ୟା ଦେଖାଯାଇଛି। କୁହୁଡି ଯୋଗୁ ଶୀତର ପ୍ରକୋପ ଦ୍ବିଗୁଣିତ ଅନୁଭୂତି ହୋଇଛି। ପ୍ରବଳ ଜାଡ଼ରେ ଲୋକ ଘରୁ କାମ ଧନ୍ଦା ନଥିଲେ ବାହାରୁନଥିବା ଜଣାପଡିଛି। ଗତ ନଭେମ୍ବର ୩୦ରୁ ଲଘୁଚାପ ଜନିତ ଝିପି ଝିପି ବର୍ଷା କାରଣରୁ ରାତ୍ରୀ ସମୟରେ ତାପମାତ୍ରା ବୃଦ୍ଧି ପାଉଥିଲା ଓ ଦିନରେ କୋହଲା ପାଗ ସହ ଶୀତ ଅନୁଭୂତ ହେଉଥିଲା କିନ୍ତୁ ଗତ ୨ ଦିନ ହେଲା ପାଗ ଶୁଖିଲା ରହିବା ଶହ ଶୀତ ବୃଦ୍ଧି ପାଇଛି। ଶୀତର ମଜା ନେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସି ଶୀତର ମଜା ନେଉଛନ୍ତି । ଆଗାମୀ ଦିନରେ ଶୀତ ଆହୁରି ଥରେଇବ ବୋଲି ଆଶଙ୍କା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+