ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଆଶା: ସୂର୍ଯ୍ୟବଂଶୀ
ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଆଶା ରହିଛି । ଗୃହରେ ବାଲିଯାତ୍ରା ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଜାତୀୟ ମାନ୍ୟତା ଦେବା UNESCOର କାମ ବୋଲି କହିଲେ ସୂର୍ଯ୍ୟବଂଶୀ । ଏନେଇ ବିଶେଷଜ୍ଞ ଟିମ୍ UNESCO ସହ ଯୋଗାଯୋଗରେ ଅଛନ୍ତି।
ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି। ତାରକସିକୁ ଜାତୀୟ ମାନ୍ୟତା ପାଇଁ ବାଙ୍କୀ ବିଧାୟକଙ୍କ ଦାବି।

ଚଳିତ ଥର କଟକ ବାଲିଯାତ୍ରାରେ ମୋଟ ୨୪୩୮ ଷ୍ଟଲ୍ ଖୋଲିଥିଲା । ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର। ନିଲାମ ଆଧାରରେ ୧୧୮୮ ଓ ସ୍ଥିରୀକୃତ ଦରରେ ୧୨୫୦ ଷ୍ଟଲ୍ ହୋଇଥିଲା। ମୋଟ ୬ କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି।












Click it and Unblock the Notifications