Get Updates
Get notified of breaking news, exclusive insights, and must-see stories!

ନବୀନଙ୍କ ଦ୍ବିତୀୟ ଦୀର୍ଘତମ ମୁଖ୍ୟମନ୍ତ୍ରୀ ପଛର କାରଣ କଣ ?

Naveen Patnaik Second Longest Serving CM: ରାଜନୀତିରେ ପ୍ରବେଶ କରିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ୧୩୯ ଦିନ ଶାସନ ଜାରି ରଖି ଅପରାଜୟ ଅପ୍ରତିଦ୍ୱନ୍ଦି ଭାବେ ଦେଶ ଦ୍ବିତୀୟ ଦୀର୍ଘତମ ମୁଖ୍ୟମନ୍ତ୍ରୀ ହୋଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏ କ୍ଷେତ୍ରରେ ସେ ପଶ୍ଚିମବଙ୍ଗର ଦିବଂଗତ ମୁଖ୍ୟମତ ଜ୍ୟୋତି ବସୁଙ୍କୁ ପଛରେ ପକାଇଛନ୍ତି ନବୀନ । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ ।

୧୯୯୭ରେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ସେତେ ବେଳେ ହୁଏତ କେହି ବି କଳ୍ପନା କରିନଥିବେ ଯେ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପୁଅ ଦିନେ ରାଜନୀତିରେ ସଫଳତାର ଶିଖର ସୋପାନରେ ପହଞ୍ଚିବେ । ୧୯୯୮ ମସିହାରେ, ସେ ତାଙ୍କ ପିତାଙ୍କ ନାମରେ ଏକ ଦଳ ଗଠନ କରି ଏହାର ନାମ ବିଜୁ ଜନତା ଦଳ ରଖିଥିଲେ । ତେବେ ନବଗଠିତ ବିଜୁ ଜନତା ଦଳକୁ ନିର୍ବାଚନୀ ବିଜୟର ସ୍ବାଦ ଚଖିଲା ଓ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । ଆରମ୍ଭ ହୋଇଥିଲା ଓଡିଶାରେ ନବୀନ ଯୁଗ ।

CM Naveen Patnaik

ଶ୍ରେଷ୍ଠ ପ୍ରଶାସକ, ନମ୍ବର ୱାନ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ନବୀନଙ୍କ ନାଁରେ । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ଆରମ୍ଭ ହୋଇଛି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ । ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି । ଏସବୁ ସମ୍ଭବ ହୋଇ ପାରିଛି ନବୀନଙ୍କ ଦୃଢ ନେତୃତ୍ବ ଓ ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି ।

ଗରିବ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ

୧୯୯୯ ମସିହାରେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପୂର୍ବରୁ ଓଡିଶାକୁ ମହାବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ସରକାରୀ ଆକଳନ ଅନୁଯାୟୀ ଏହି ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ଥିଲେ । ସେତେବେଳର ଗରିବ ପଛୁଆ ଓଡ଼ିଶାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠି ଆଣି ଛିଡ଼ା କରିଛନ୍ତି, ସମଗ୍ର ବିଶ୍ୱ ତାକୁ ଆଖି ଉଠାଇ ଚାହୁଁଛି ।

CM Naveen Patnaik

ଅଭାବି ରାଜ୍ୟରୁ ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି, ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା କ୍ରୀଡ଼ା ଆଦି ସମସ୍ତ କ୍ଷେତ୍ରରେ ନବୀନଙ୍କ ନେତୃତ୍ୱରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଓଡିଶାର ଅଭିବୃଦ୍ଧି ହାର ବିଷୟରେ କହିବାକୁ ଗଲେ ଏହା ୨୦୨୧-୨୨ ବର୍ଷରେ ୧୧.୫ ପ୍ରତିଶତ ଏବଂ ୨୦୨୨-୨୩ ବର୍ଷରେ ୭.୮ ପ୍ରତିଶତ ଥିଲା । ଏହା ବ୍ୟତୀତ ଭାରତରେ ଇସ୍ପାତ ଉତ୍ପାଦନ କ୍ଷମତାର ୨୦ ପ୍ରତିଶତ ଓଡିଶାରେ ଅଛି। ଏହି ରାଜ୍ୟ ବର୍ତ୍ତମାନ ବିଦ୍ୟୁତ୍ ସରପ୍ଲସ୍ ରାଜ୍ୟ ମଧ୍ୟରୁ ଗୋଟିଏ ।

ନବୀନଙ୍କ ବ୍ୟକ୍ତିତ୍ୱ

ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏପରି ଜଣେ ନେତା ଯିଏ ଗଣମାଧ୍ୟମ ସାମ୍ନାରେ କ୍ୱଚିତ୍ କଥା କୁହନ୍ତି, କିନ୍ତୁ ଗତ ୨୩ ବର୍ଷ ମଧ୍ୟରେ ସେ ଓଡିଶାକୁ ନୂଆ ରୂପ ଦେବାରେ ସେ ଟିକିଏ ଅବହେଳା କରି ନାହାନ୍ତି । ନବୀନ ପଟ୍ଟନାୟକ ହେଉଛନ୍ତି ଭାରତୀୟ ରାଜନୀତିର ଏପରି ଜଣେ ନେତା ଯିଏ ବହୁତ କମ୍ କଥା କୁହନ୍ତି ଏବଂ ତାଙ୍କର କାମ ଅଧିକ କଥା କୁହେ ।

ରାଜ୍ୟରେ ଅନେକ ରାଜନେତା ଓ କର୍ମୀ ନବୀନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥାନ୍ତି । ଯାହା ଫଳରେ ବିରୋଧୀମାନେ ନବୀନଙ୍କୁ ଶତଚେଷ୍ଟା ସତ୍ୱେ ବିଫଳ ହୋଇଥାନ୍ତି ।

CM Naveen Patnaik

ନବୀନ ପ୍ରଥମେ ବିଜେପି ସହିତ ମିଶି ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଶାସନ କରିଥିଲେ । ଏହାପରେ ବିଜେପି ହାତ ଛାଡ଼ି ନବୀନ ଏକାକି ଆଗକୁ ବଢିଥିଲେ ଏବଂ ସେବେଠାରୁ ବିରୋଧୀ ନବୀନଙ୍କୁ ହରାଇବା ଦୁରର କଥା ତାଙ୍କ ବିରୋଧରେ ଲୋକମତ ସୃଷ୍ଟି କରିବାରେ ମଧ୍ୟ ବିଫଳ ହୋଇଛନ୍ତି ।

'ନବୀନ ମଡେଲ'

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପାଇଁ ଯେଉଁ ବିକାଶ ମୁଳକ କାର୍ଯ୍ୟ କରି ଚାଲିଛନ୍ତି, ତାହା ଅନ୍ୟ ରାଜ୍ୟ ମଧ୍ୟ ଅନୁକରଣ କରିବାରେ ଲାଗିଛି । ଏହା ବର୍ତ୍ତମାନ ଜାତୀୟ ରାଜନୀତିରେ 'ନବୀନ ମଡେଲ' ଭାବେ ପରିଗଣିତ ହୋଇଛି । ଓଡିଶାର ଛୁଆ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ଶତାଧିକ ଯୋଜନା ଖଞ୍ଜି ଦେଇଛନ୍ତି ନବୀନ । ଜନ୍ମ ହେଲେ ପଇସା, ରୋଗ ହେଲେ ମାଗଣା ଚିକିତ୍ସା, ମାଗଣା ଚାଉଳ, ମୃତ୍ୟୁବରଣ କଲେ ସହାୟତା, ସବୁକିଛି ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେତେକି ନୁହେଁ ରାଜ୍ୟର ଐତିହାସିକ ପିଠର ଉନ୍ନତି, ଧର୍ମପିଠର ନବୀକରଣ, ସ୍କୁଲ ରୂପାନ୍ତରୀକରଣ, ମୋ କଲେଜ, ମୋ ସ୍କୁଲ ଏପରିକି ଛାତ୍ରାଛାତ୍ରୀମାନେ ଆଇଏଏସ, ଡାକ୍ତର ହେବା ପାଇଁ ମାଗଣା ପ୍ରଶିକ୍ଷଣ ଦେବା ମଧ୍ୟ ନବୀନ ବ୍ୟବସ୍ଥା କରିଛନ୍ତି । ଯାହାକୁ ନେଇ ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ତାଙ୍କର ପ୍ରଶଂସା କରାଯାଉଛି । କାରଣ ଏପରି ଯୋଜନା ଅନ୍ୟ କେଉଁ ରାଜ୍ୟରେ ହେଉଥିବ କି ନାହିଁ ସନ୍ଦେହ ।

CM Naveen Patnaik

ତେବେ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବେଶ ଲୋକପ୍ରିୟ ଯୋଜନା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଉ ମିଶନ ଶକ୍ତି । ପୂର୍ବେ ଗରୀବ ଲୋକଟିଏ ଚିକିତ୍ସା ପାଇଁ ଘରଦ୍ବାର ବିକ୍ରି କରିଦେବା ପରି ଘଟଣା ଓଡିଶାରେ ଘଟୁଥିଲା । ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରେ ଏହା ବର୍ତ୍ତମାନ ଲୋପ ପାଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଡାକ୍ତରଖାନାରେ କ୍ୟାସ ଲେସ ଚିକିତ୍ସା ଆଜି ଓଡିଶାର ଗରିବ ଲୋକଙ୍କର ଏକ ବଡ ସାହା ଭରସା ହୋଇପାରିଛି।

ସେହିପରି ମିଶନ ଶକ୍ତି ମାଧ୍ୟମରେ ଗାଁ ଗାଁରେ ଏସଏଚଜି ଗ୍ରୁପ ଆଜି ଅନ୍ୟ ଏକ ଲୋକପ୍ରିୟ ନବୀନ ଯୋଜନା । କାରଣ ଏହା ମାଧ୍ୟମରେ ଘରେ ଭିତରେ ବସି ରହିଥିବା ମହିଳାମାନେ ଆଜି ରୋଜଗାରକ୍ଷମ ହୋଇ ପାରିଛନ୍ତି । ସେମାନଙ୍କୁ ସରକାର ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଋଣ ଯୋଗାଇ ଦେବାରେ ସାହାଯ୍ୟ କରୁଛନ୍ତି । ଯାହାଫଳରେ ସେମାନେ ଘରୁ ବାହାରି ଆଜି ହୋଇପାରିଛନ୍ତି ସ୍ବାବଲମ୍ବୀ। ଏବେ ସେମାନେ ସ୍କୁଟି କିଣିବା ପାଇଁ ନବୀନ ପଟ୍ଟନାୟକ ବିନା ସୁଧରେ ଋଣ ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

ଦୀର୍ଘତମ ମୁଖ୍ୟମନ୍ତ୍ରୀଙ୍କ ତାଲିକା

ପୱନ କୁମାର ଚାମଲିଙ୍ଗ- ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ଡିସେମ୍ବର ୧୨, ୧୯୯୪ ରେ ପ୍ରଥମଥର ସିକ୍କିମର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ଏହାପରେ ମେ ୨୧ ତାରିଖ ୨୦୧୪ ରେ ସେ ସିକ୍କିମର କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏପ୍ରିଲ ୨୯ ତାରିଖ ୨୦୧୮ରେ ସେ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲେ। ସେ ସମୁଦାୟ ୨୪ ବର୍ଷ ୧୬୬ ଦିନ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଲେ।

ଜ୍ୟୋତି ବସୁ: ପୱନ କୁମାରଙ୍କ ପରେ ଜ୍ୟୋତି ବସୁଙ୍କ ନାମ ଦ୍ୱିତୀୟ ସ୍ଥାନରେ ଆସୁଛି। ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମ୍ ର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ଜ୍ୟୋତି ବସୁ ୨୧ ଜୁନ୍ ୧୯୭୭ ରୁ ୫ ନଭେମ୍ବର ୨୦୦୦ ପର୍ଯ୍ୟନ୍ତ ବଙ୍ଗଳାର ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+