Get Updates
Get notified of breaking news, exclusive insights, and must-see stories!

ଦିଗପହଣ୍ଡି ଦୁର୍ଘଟଣା ପଛର ଚାଞ୍ଚଲ୍ୟକର ତଥ୍ୟ: ୨୫ ବର୍ଷର ଦଦରା ବସ୍‌, ନଥିଲା ପରମିଟ୍

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିବା ବସ୍ ଦୁର୍ଘଟଣାର ପଛର କାରଣ ଏବେ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଦୁର୍ଘଟଣାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଘରୋଇ ବସର ପରମିଟ୍ ନଥିଲା । ଯେଉଁ ବସ୍‌ରେ ବସିଥିବା ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି, ସେହି ବସର ପରମିଟ୍ କି ଇନସୁରାନ୍ସ ମଧ୍ୟ ନଥିବା ଜଣାପଡିଛି ।

ସୂଚନାନୁସାରେ, ବ୍ରହ୍ମପୁର ବ୍ରହ୍ମାନଗରରେ କନ୍ୟାକୁ ଛାଡ଼ି ବାହାଘର ଭୋଜି ଖାଇ ମିନି ବସରେ ହସ ଖୁସିରେ ଘରକୁ ଫେରୁଥିଲେ । ସାମ୍ନା ପଟୁ ଦ୍ରୁତ ଗତିରେ ଆସି ଏକ ଓଏସଆରଟିସି ବସ୍ ମିନି ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ବି ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ କଟକ ମେଡିକାଲ ନେବା ସମୟରେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା ।

Digapahandi Bus Accident

ଫିଟ୍‌ନେସ୍‌ ଦେଲା କିଏ ?

ବିନା ପରମିଟର ଥିଲା ଏହି ମିନି ବସ୍ । ୧୯୯୮ ମସିହା ମାର୍ଚ୍ଚ ୨୬ରେ ଆର୍‌ଟିଓରେ ଘରୋଇ ବସ୍‌ର ରେଜିଷ୍ଟ୍ରେସନ ହୋଇଥିଲା । ଅର୍ଥାତ ୨୫ବର୍ଷ ୩ ମାସର ଗାଡି । ତେଣୁ ବସ୍‌କୁ ଫିଟନେସ୍‌ ମିଳିବା ନେଇ ପ୍ରଶ୍ନ ଉଠିଛି । ତେବେ ଅତିପୁରୁଣା ଏହି ଗାଡି ଚାଲିବାକୁ ପରିମିସନ ନଥିବା ବେଳେ ବସ ମାଲିକଙ୍କ ଖାମଖିଆଲ ନୀତି ଯୋଗୁ ନିରୀହଙ୍କ ଜୀବନ ଯାଇଛି ।

ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା

ଗଂଜାମ ଦିଗପହଣ୍ଡିରେ ଦୁଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଛନ୍ତି । ଆହତ ହୋଇଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଜଣକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ପ୍ରାଣ ହରାଇଛନ୍ତି ପୂର୍ବତନ ସାଂସଦଙ୍କ ଓ ମନ୍ତ୍ରୀଙ୍କ ସମ୍ପର୍କୀୟ

ମୃତକ ୧୨ ଜଣ ମଧ୍ୟରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ରେଣୁବାଳାଙ୍କ ଦିଅର, ୨ ଝିଆରୀ ଓ ନାତି ଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମ୍ପର୍କୀୟ ଥିବା ମଧ୍ୟ କୁହଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+