Get Updates
Get notified of breaking news, exclusive insights, and must-see stories!

ପାହାଡ଼ ଓ ଘଞ୍ଚ ଜଙ୍ଗଲରେ ୩ କିମି ଚାଲି ଚାଲି ପହଞ୍ଚାଇଲେ ସ୍ବାସ୍ଥ୍ୟ ସେବା

ରିଲ୍ ନୁହେଁ ରିଏଲ ଦମନ । ଉପାନ୍ତ ଅଞ୍ଚଳରେ ହେବ ମ୍ୟାଲେରିଆର ଦମନ । ଆଉ ସେଥିପାଇଁ ଘଞ୍ଚ ଜଙ୍ଗଲ, ଯେଉଁଠି ରାସ୍ତାଘାଟ ନାହିଁ ସେଠାରେ ପହଞ୍ଚିଲା ମେଡିକାଲ ଟିମ୍ । ନିଜେ ମେଡିସିନ ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ବୋହିଛନ୍ତି ଡାକ୍ତର ବାବୁ । ନବରଙ୍ଗପୁର ଝରିଗାଁ ବ୍ଲକରେ ଏହି ଘଟଣା ଦେଖିବାକୁ ମିଳିଛି ।

ଜିଲ୍ଲା ଝରିଗାଁ ବ୍ଳକର ଉପାନ୍ତ ଗ୍ରାମ ଗୁଡିକରେ ରାସ୍ତା ପକ୍ଷରୁ ରାସ୍ତା ନିର୍ମାଣ ହୋଇନଥିବା ବେଳେ ଗ୍ରାମବାସୀ ଏକ ପ୍ରକାର ବିଛିନ୍ନ ଅଞ୍ଚଳରେ ରହୁଛନ୍ତି । ବିଶେଷ କରି ବର୍ଷା ଦିନ ମାନଙ୍କରେ ରାସ୍ତା ନଥିବା ଗ୍ରାମ ଗୁଡିକରେ ସ୍ୱାସ୍ଥ୍ୟ ସେବା ପହଁଚି ପାରୁନି ।

ସୂଚନା ଅନୁସାରେ, ଝରିଗାଁ ବ୍ଳକରେ ଇନ୍ଦ୍ରଧନୁସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଜାମକୋଟ ଗ୍ରାମକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବାହାରିଥିଲେ ।

DAMAN
ତେବେ ଜାମକୋଟ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ଗାଡି ଭିତରକରମରି ଗ୍ରାମ ପର୍ଯ୍ୟନ୍ତ ଯାଇ ସେଠାରେ ରହିଯାଇଥିଲା। ଶେଷରେ ସ୍ୱାସ୍ଥ୍ୟ ବିଭାଗ ଟିମ ଓ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଭିତରକରମରି ଗ୍ରାମ ଠାରୁ ପ୍ରାୟ ୩ କିଲୋମିଟର ଦୂର ଔଷଧ ବହି ପାଦ ଚଲା ରାସ୍ତାରେ ପାହାଡ଼ ଏବଂ ଦୁଇଟି ନାଳ ଦେଇ ଜାମକୋଟ ଗ୍ରାମ ପହଁଚି ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିଲେ।

ଗ୍ରାମର ୩୦ ଜଣ ଲୋକ ମାନଙ୍କୁ ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେହିପରି ୪ ଜଣ ଗର୍ଭବତୀ ମହିଳାଙ୍କୁ ଦ୍ଵତୀୟ ଟୀକା ଦେବା ସହ ୩ ଜଣ ଶିଶୁଙ୍କୁ ଟୀକା କରଣ କରିବା ପରେ ପୁଣି ଥରେ ତିନି କିଲୋମିଟର ଦୂର ଚାଲି ଚାଲି ଭିତରକରମରି ଗ୍ରାମ ଆସି ଝରିଗାଁ ଫେରିଥିଲେ।

ସ୍ୱାସ୍ଥ୍ୟ ବିଭାଗ ଟିମ ପକ୍ଷରୁ ଡାକ୍ତର ସନ୍ତୋଷ ପ୍ରଧାନ,ଜାନକୀ ଟାକିରୀ, ପ୍ରିୟଙ୍କା ପୂଜାରୀ ଏବଂ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଭିତରକରମରି ଗ୍ରାମ ଠାରୁ ପ୍ରାୟ ୩ କିଲୋମିଟର ପାଦ ଚଲା ରାସ୍ତାରେ ଯାଇ ଜାମକୋଟ ଗ୍ରାମରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+