ଭୋଟ ବାତିଲ ହୋଇଥିବା କେନ୍ଦ୍ରରେ ଆସନ୍ତା 23 ତାରିଖ ପୁନଃ ଭୋଟଗ୍ରହଣ କରାଯିବ
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନବେଳେ ଯେଉଁ ଯେଉଁ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରିଦିଆ ଯାଇଥିଲା ସେସବୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା 23 ତାରିଖ ପୁନଃଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସେସବୁ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଘଟିକାଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ ।

ବିଭିନ୍ନ କାରଣ ଯୋଗୁଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନବେଳେ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା, ଭଦ୍ରକ ବ୍ଲକ୍ର ୪ଟି, ବନ୍ତ ବ୍ଲକ୍ର ଗୋଟିଏ, ଢେଙ୍କାନାଳ ଜିଲ୍ଲ ଗନ୍ଦିଆ ବ୍ଲକ୍ର ୪ଟି, ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍ର ୯ଟି, ଧର୍ମଶାଳା ବ୍ଲକ୍ର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକ୍ର ୩ଟି ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବା ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ର ଗୋଟିଏ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍ର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ୍ର ୩ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ର ଗୋଟିଏ, ଶୁଳିଆପଦା ବ୍ଲକର ଦୁଇଟି ସ୍ଥାନରେ ପୁନଃଭୋଟଗ୍ରହଣ କରାଯିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications