Dinesh Karthik's Retirement: ଆଇପିଏଲରୁ ଅବସର ନେଲେ ଦିନେଶ କାର୍ତ୍ତିକ
ଆଇପିଏଲରୁ ଅବସର ନେଲେ ଦିନେଶ କାର୍ତ୍ତିକ । ତେବେ ଦିନେଶ କାର୍ତ୍ତକ ଏ ନେଇ ନିଜେ ଘୋଷଣା କରି ନାହାନ୍ତି । ଲାଇଭ୍ ଟିଭି ପ୍ରସାରଣ ବେଳେ ଏହାକୁ ନେଇ ଭାଷ୍ୟକାର ସୂଚନା ଦେଇଥିଲେ ।
ଏଲେମିନେଟର ମ୍ୟାଚ୍ ଶେଷ ହେବାପରେ ଯେଉଁଭଳି ଭାବରେ କାର୍ତ୍ତିକ ଦର୍ଶକଙ୍କ ଅଭିବାଦନ କରିଥିଲେ । ମନେ ହେଉଥିଲା ସେ ଆଉ IPLରେ ନଜର ଆସିବେ ନାହିଁ । ନିଜର ୧୬ ବର୍ଷର କ୍ରିକେଟ୍ କ୍ୟାରିଅରରେ ୬ଟି ଫ୍ରାଞ୍ଚାଇଜିରେ ଖେଳି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ଦିନେଶ କାର୍ତ୍ତିକ ।
ଦିନେଶ କାର୍ତ୍ତିକ ମ୍ୟାଚ୍ ଶେଷ ହେବାପରେ କିପିଂ ଗ୍ଲୋଭ୍ସ୍ ଓହ୍ଲାଇ ଦର୍ଶକଙ୍କ ଅଭିବାଦନ କରିଥିଲେ । ଜିଓ ସିନେମା ଓ RCB ପକ୍ଷରୁ ଯେଭଳି କାର୍ତ୍ତିକଙ୍କ ଫଟୋ ଅପଲୋଡ୍ କରାଯାଉଛି, ସେଥିରୁ ଏହା ହିଁ ଆକଳନ କରାଯାଉଛି ଯେ କାର୍ତ୍ତିକ ଆଇପିଏଲ୍ରେ ଶେଷ ମ୍ୟାଚ୍ ଖେଳିଛନ୍ତି ।

ସେ ୨୦୦୮ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଦଳରୁ ଆଇପିଏଲ୍ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ କିଙ୍ଗ୍ସ ଇଲେଭେନ ପଞ୍ଜାବ, ଗୁଜୁରାଟ ଲାୟନ୍ସ, ପାଇଁ ଖେଳିଥିଲେ । ତା ସହିତ କୋଲକାତା ନାଇଟ ରାଇଡର୍ସ ଦଳରେ ବି ଖେଳିଥିଲେ । ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଫିନିସର ଭୁମିକା ତୁଲାଇ ଆସୁଥିଲେ ।
ତେବେ କାର୍ତ୍ତକଙ୍କ ପକ୍ଷରୁ ଏହାକୁ ନେଇ କୌଣସି ଘୋଷଣା କରାଯାଇନାହିଁ । କୋହଲି ୩୮ ବର୍ଷୀୟ କାର୍ତ୍ତିକ କୋଳେଇ ନେଇଥିଲେ । ଏଲିମିନେଟର ମ୍ୟାଚ୍ରେ ରଓମ୍ୟାନ୍ ପାୱେଲ୍ଙ୍କ ଜବରଦସ୍ତ ପାଳି ବଳରେ ରାଜସ୍ଥାନ ରୟାଲ୍ସ ବିଜୟ ହାସଲ କରିଛି । ଦଳ ଦ୍ବିତୀୟ କ୍ୱାଲିଫାୟର ମ୍ୟାଚ୍ ସନ୍ରାଇଜର୍ସ ହାଇଦ୍ରାବାଦ ସହ ଖେଳିବ
ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୦୫ ମସିହା ଡିସେମ୍ବରରେ ଶ୍ରାଲଙ୍କା ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । କିନ୍ତୁ ଦିନେଶ କାର୍ତ୍ତିକ ୨୦୦୪ ମସିହା ନଭେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରରେ ଡେବ୍ୟୁ କରିଥିଲେ । ଏହାପୂର୍ବରୁ ସେ ସେହି ବର୍ଷ ସେପ୍ଟେମ୍ବରରେ ଦିନିକିଆରେ ଡେବ୍ୟୁ କରିଥିଲେ ।
ଏହାପରେ ଦିନେଶ କାର୍ତ୍ତିକ ୨୦୦୬ ମସିହାରେ ଜୋହାନ୍ସବର୍ଗରେ ଟି୨୦ରେ ବି ଡେବ୍ୟୁ କରିଥିଲେ । ୨୦୦୭ ବିଶ୍ବ ବିଜୟୀ ଟିମ୍ ସ୍କ୍ୱାଡ୍ର ସଦସ୍ୟ ଥିଲେ ଦିନେଶ କାର୍ତ୍ତିକ ।












Click it and Unblock the Notifications