ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଆର୍‌ ବି ଆଇ ଗଭର୍ଣ୍ଣର

ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ( ଆର୍‌ ବି ଆଇ) ଗଭର୍ନର ଶକ୍ତିକାନ୍ତ ଦାସ। ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି। ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି।

RBI Governor

ଉଭୟ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ ଭାବବିହ୍ବଳ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ତାଙ୍କୁ ସିଂହଦ୍ୱାର ଠାରେ ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା। ପ୍ରାୟ ଅଧଘଣ୍ଟା ଶ୍ରୀମନ୍ଦିରରେ ବିତେଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ୱ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ।

୨୦୨୧ରେ ପ୍ରଥମ ଓଡ଼ିଆ ଭାବରେ ଆର୍‌ ବି ଆଇ ଦାୟିତ୍ୱ ନେବାପରେ ସେ ଦର୍ଶନ ପାଇଁ ଆସିଥିଲେ। ମହାପ୍ରଭୁଙ୍କ ପାଖରେ ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରିଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ମନ ଓ ମସ୍ତିସ୍କରେ ସବୁବେଳେ ମହାପ୍ରଭୁ ରହିଛନ୍ତି ଓ ତାଙ୍କୁ ପ୍ରତ୍ୟେକ ଦିନ ସକାଳେ ସଞ୍ଜବେଳେ ପ୍ରାର୍ଥନା କରିଥାଏ ବୋଲି ସେ ଖୁବ ଭାବବିହୱଳ ହୋଇ କହିଛନ୍ତି ଶକ୍ତିକାନ୍ତ ଦାସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+