Get Updates
Get notified of breaking news, exclusive insights, and must-see stories!

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ:ଭୋଟ ଗଣତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାୟଗଡ଼ା ପୌର ଉପାଧ୍ଯକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ଭୋଟ ଗଣତି ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପୂର୍ବ ଭଳି ଅଦାଲତଙ୍କ ଅନୁମତି ବିନା ଏହି ଫଳ ପ୍ରକାଶ ପାଇବ ନାହିଁ ବୋଲି ହାଇକୋର୍ଟ ଆଜି ଅନ୍ତରୀଣ ଆଦେଶରେ ସ୍ପଷ୍ଟ କରିଛନ୍ତି । ରାୟଗଡ଼ା ଉପାଧ୍ଯକ୍ଷା ଶୁଭ୍ର ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ହାଇକୋର୍ଟ ଆସନ୍ତା ୧୧ତାରିଖକୁ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି ।

odisha highcourt

ରାୟଗଡ଼ା ପୌର ଉପାଧ୍ଯକ୍ଷଙ୍କ ବିରୋଧରେ ଅନାସ୍ଥା ପାଇଁ ନୋଟିସ୍ କରାଯାଇଥିଲା । ଏହି ଅନାସ୍ଥାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ପୂର୍ବ ଶୁଣାଣିରେ ଆବେଦନକାରିଣୀଙ୍କ ବିରୋଧରେ ଅନାସ୍ଥା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଅଙ୍କୁଶ ଲଗାଇବାକୁ ମନା କରି ଦେଇଥିଲେ । କିନ୍ତୁ ଅଦାଲତଙ୍କ ଅନୁମତି ବିନା ଏହି ଫଳ ପ୍ରକାଶ ପାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+